31.1 C
Bhubaneswar
Monday, March 23, 2026
Homeଅପରାଧରକ୍ତରେ ଭିଜିଲା ରାକ୍ଷୀ: ଛୁରୀ ଭୁଷି ଭଉଣୀକୁ ମାରିଦେଲା ଭାଇ

ରକ୍ତରେ ଭିଜିଲା ରାକ୍ଷୀ: ଛୁରୀ ଭୁଷି ଭଉଣୀକୁ ମାରିଦେଲା ଭାଇ

ଗଞ୍ଜାମ : ରାକ୍ଷୀ ପୂର୍ଣ୍ଣିମାରେ ରକ୍ତରେ ଭିଜିଲା ରାକ୍ଷୀ। ଦିନ ଦି’ପହରରେ ସାନ ଭାଉଣୀକୁ ଅତି ବୀଭତ୍ସ ଭାବେ ଛୁରୀରେ ଭୁଷି ହତ୍ୟା କରିଛି। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅଞ୍ଚଳରେ ଘଟିଛି।

୧୩ ବର୍ଷୀୟା ପ୍ରଯୋକ୍ତା ପାଣିଗ୍ରାହୀ ଓ ତାଙ୍କ ଭାଇ ଆୟୁଷ୍ମାନ ପାଣିଗ୍ରାହୀ ବଡ଼ବଜାର ଥାନା ସପ୍ତମ ଗଳିରେ ରହୁଥିବା ନିଜ ସମ୍ପର୍କୀୟ ବଡ଼ବାପାଙ୍କ ଘରକୁ ଆସିଥିଲେ। କାରଣ ତାଙ୍କ ଘରେ ଚାଲିଥିଲା ଶ୍ରାଦ୍ଧ ପୂଜା। ଘରର ତଳ ମହଲାରେ ପୂଜା ଚାଲିଥିବା ବେଳେ ଉପର ମହଲାରେ ପ୍ରଯୋକ୍ତା, ଭାଇ ଆୟୁଷ୍ମାନ ଓ ସମ୍ପର୍କୀୟ ଭାଇ ଆଶୁତୋଷ ପାଣିଗ୍ରାହୀ ଥିଲେ। ହଠାତ୍‌ ଚିତ୍କାର ଶୁଣି ପରିବାର ଲୋକେ ଉପର ମହଲାକୁ ଧାଇଁ ଯାଇଥିଲେ।

ସେତେବେଳେ ଚଟାଣରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡ଼ିଥିଲେ ପ୍ରଯୋକ୍ତା ଓ ଆୟୁଷ୍ମାନ। ଉଭୟଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଛୁରୀ ମାଡ଼ ହୋଇଥିଲା। ହେଲେ ନଥିଲେ ଆଶୁତୋଷ। ସିଏ କୁଆଡ଼େ ଉଉଣୀ ଓ ଭାଇକୁ ଛୁରା ମାଡ଼ କରି ଚମ୍ପଟ ମାରିଛନ୍ତି। ପରିବାର ଲୋକ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରଯୋକ୍ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଆୟୁଷ୍ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking