24.1 C
Bhubaneswar
Monday, March 23, 2026
Homeଖେଳକୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ

ପ୍ୟାରିସ୍: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗାଟ୍‌। ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତି ଜଗତରୁ ସବୁଦିନ ପାଇଁ ଭିନେଶ ବିଦାୟ ନେଇଛନ୍ତି। ଗତକାଲିର ଘଟଣା ପରେ ଭିନେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହାସ। ମୋତେ କ୍ଷମା କରିବେ, ଆପଣଙ୍କର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ। ବିଦାୟ କୁସ୍ତି ୨୦୦୧-୨୦୨୪, କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’

ସୂଚନାଯୋଗ୍ୟ, ଭିନେଶ କୁସ୍ତିରୁ ଏଭଳି ସନ୍ନ୍ୟାସ ନେବା ଘୋଷଣା କରିବା ନେଇ ସମସ୍ତେ ଚକିତ ହୋଇପଡିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଲଗାତର ଭିନେଶ ତିନୋଟି ମୁକାବିଲା ଜିତି ଫାଇନାଲ୍‌ରେ ପହଞ୍ଚିଥିଲେ। ବୁଧବାର ସେ ଫାଇନାଲ ମ୍ୟାଚ୍‌ ଖେଳିଥାନ୍ତେ। କିନ୍ତୁ ଏହା ପୂର୍ବରୁ ତାଙ୍କର ଧାର୍ଯ୍ୟ ୫୦ କିଲୋଗ୍ରାମ ସୀମାଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking