24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶବାଂଲାଦେଶ ସ୍ଥିତି ପଛରେ ନାହିଦ ଇସଲାମ୍‌

ବାଂଲାଦେଶ ସ୍ଥିତି ପଛରେ ନାହିଦ ଇସଲାମ୍‌

ଢାକା: ସମ୍ପ୍ରତି ବାଂଲାଦେଶରେ ଏବେ ଯାହାକିଛି ପରିସ୍ଥିତି ଉତ୍ପନ୍ନ ହୋଇଛି ସେସବୁ ପଛରେ ଜଣ ଛାତ୍ର ନେତାର ହାତ ରହିଥିବା ଜଣାପଡିଛି । ଏହି ଯୁବଛାତ୍ର ନେତାଜଣକଙ୍କ ନାମ ନାହିଦ୍ ଇସଲାମ୍ । ବାଂଲାଦେଶରେ ଦୀର୍ଘ ଏକ ମାସର ନିରନ୍ତର ସଂରକ୍ଷଣ ଏବଂ ସରକାର ବିରୋଧୀ ନିଆଁକୁ ଭଡକାଇଥିଲେ ନାହିଦ୍ ଇସଲାମ୍ । ବର୍ତ୍ତମାନ ସେ ଢାକା ବିଶ୍ୱବିଦ୍ୟାଳୟରୁ ସମାଜବିଜ୍ଞାନ ଅଧ୍ୟୟନ କରୁଛନ୍ତି । ଏହା ସହିତ ନାହିଦ୍ ଜଣେ ମାନବାଧିକାର କର୍ମୀ ଭାବରେ ମଧ୍ୟ ଜଣାଶୁଣା । ନାହିଦ ଇସଲାମ ଛାତ୍ର ସଂଗଠନ ‘ଭେଦଭାବ ବିରୋଧରେ ଛାତ୍ର’ ର ସଂଯୋଜକ ମଧ୍ୟ ଅଟନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମନ୍ଥର ଗତି କରୁଥିବା ଏହି ଆନ୍ଦୋଳନ ନାହିଦ ଇସଲାମଙ୍କ ଆବେଦନ ଉପରେ ହିଂସାତ୍ମକ ରୂପ ନେଇଥିଲା । ଶେଷରେ ଶେଖ ହସିନା କ୍ଷମତା ତ୍ୟାଗ ସହ ଦେଶ ଛାଡିବାକୁ ମଧ୍ୟ ବାଧ୍ୟ ହୋଇଥିଲେ । କେବଳ ଏତିକି ନୁହେଁ ତାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ବାଂଲାଦେଶ ଛାଡିବାକୁ ପଡିଲା । ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ନାହିଦ ଆସନ୍ତା ୨୪ଘଣ୍ଟା ମଧ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ପାଇଁ ନିବେଦନ କରିଥିଲେ । ନାହିଦ ଇସଲାମଙ୍କ ନେତୃତ୍ୱାଧୀନ ଦେଶବ୍ୟାପୀ ବିରୋଧ ଯୋଗୁଁ ବାଂଲାଦେଶରେ ହସିନା ସରକାରଙ୍କ ପରାଜୟ ଘଟିଥିଲା । ୩୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ବ୍ୟାପକ କ୍ଷତି ସହିଛି ବାଂଲାଦେଶ । ଏସବୁ ପାଇଁ ନାହିଦ୍ ହିଁ ମୁଖ୍ୟତଃ ଦାୟୀ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking