22.1 C
Bhubaneswar
Thursday, February 12, 2026
Homeଓଡିଶାଆଜି ଫ୍ରେଣ୍ଡସିପ୍ ଡେ

ଆଜି ଫ୍ରେଣ୍ଡସିପ୍ ଡେ

ଭୁବନେଶ୍ୱର : ଆଜି ହେଉଛି ବନ୍ଧୁତା ଦିବସ। ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି। ନିଆରା ହେଉଛି ଏ ବନ୍ଧୁର ସମ୍ପର୍କ କାରଣ ଯାହା ଆମେ କାହାକୁ କହି ପାରୁନା ତା ଆମେ ବନ୍ଧୁଙ୍କ ନିକଟରେ ସବୁକଥା ଖୋଲି କହିପାରୁ । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ତ ବନ୍ଧୁତା । ବନ୍ଧୁତାର ସଂପର୍କ କୌଣସି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କି ଦେଶ ଦେଖି ନଥାଏ କେବଳ ଜଣେ ଅନ୍ୟ ଜଣକୁ ଭଲ ପାଇଲେ ହିଁ ସଂପର୍କ ସୁଦୃଢ଼ ହୁଏ । ଆଉ ଭଲ ସାଙ୍ଗ ହୋଇଥାଏ । ଜୀବନ ମାନେ ହିଁ ବନ୍ଧୁତା । ଆଉ ଭଲ ବନ୍ଧୁ ହିଁ ସଦାବେଳେ ସୁଖ ଦୁଃଖର ସାଥୀ । କାରଣ ସଦାବେଳେ ପ୍ରକୃତ ବନ୍ଧୁ ହିଁ ତୁମକୁ ସାହା ହୁଏ ଏଥିରେ ଥାଏ ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା କେବଳ ନ ଥାଏ ଆବିଳତା । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ ସେ ହେଉଛି ପ୍ରକୃତ ବନ୍ଧୁ। ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ଏ ସମ୍ପର୍କ ନିଆରା ଏବଂ ରକ୍ତର ସମ୍ପର୍କଠୁ ଗଭୀର ହୋଇଥାଏ ଏ ସମ୍ପର୍କ । ଇତିହାସ ରୁ ଜଣାଯାଏ ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ଉପସ୍ଥାପିତ ହୋଇଥିଲା। ୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking