17.1 C
Bhubaneswar
Friday, February 13, 2026
Homeଓଡିଶାବଦଳିଲା +୨ ପରୀକ୍ଷା ଢ଼ାଞ୍ଚା

ବଦଳିଲା +୨ ପରୀକ୍ଷା ଢ଼ାଞ୍ଚା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା ଢ଼ାଞ୍ଚାରେ ହେବ ପରିବର୍ତ୍ତନ। ସିବିଏସ୍‌‌ଇ ପାର୍ଟନ ଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ପୂର୍ବରୁ ବାର୍ଷିକ ପରୀକ୍ଷାରେ ୧୦୦ ମାର୍କର ପରୀକ୍ଷା ହେଉଥିବାବେଳେ ଏଣିକି ୮୦ ମାର୍କର ପରୀକ୍ଷା ହେବ। ପୂର୍ବରୁ ହେଉଥିବା ତ୍ରୈମାସିକ ପରୀକ୍ଷା ବା କ୍ୱାଟର ଏଣ୍ଡ ପରୀକ୍ଷାକୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବ। ଏହା ବଦଳରେ ଇଣ୍ଟରନାଲ ପରୀକ୍ଷା ହେବ ଓ ତନ୍ମଧ୍ୟରୁ ଅବଶିଷ୍ଟ ୨୦ମାର୍କ ଆସିବ। ସେହିପରି ସିଲାବସ୍‌‌ ବାହାରୁ ପ୍ରଶ୍ନପତ୍ର ଆସୁଥିବାରୁ ପ୍ରଶ୍ନପତ୍ର ପାଟର୍ଣ୍ଣରେ ମଧ୍ୟ ପରିବର୍ତ୍ତନ କରାଯିବ। ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ବହୁମୁଲ୍ୟ ସମୟ ବଞ୍ଚାଇବାକୁ ବର୍ଷ ପ୍ରାରମ୍ଭରୁ ଫର୍ମ ଫିଲପ୍‌‌ କରିବେ ଛାତ୍ରଛାତ୍ରୀ। ପରୀକ୍ଷାରେ ଅଧିକ ସ୍ୱଚ୍ଛତା ଓ ସରଳ କରିବାକୁ ୫ରୁ ୬ଟି ପରିବର୍ତ୍ତନ କରିବାକୁ ଯାଉଛି ସିଏଚ୍‌‌ଏସ୍‌‌ଇ।

ସୂଚନା ଅନୁଯାୟୀ, ପ୍ରାକ୍ଟିକାଲ ନ ଥିବା ବିଷୟରେ ୧୦୦ ବଦଳରେ ଏଣିକି ୮୦ ମାର୍କର ପରୀକ୍ଷା ହେବ। ଏଥିରେ ୧ ନମ୍ବର ବିଶିଷ୍ଟ ପ୍ରଶ୍ନପତ୍ର ୫୦% ବା ୪୦ ନମ୍ବରର ଆସିବ। ଅବଶିଷ୍ଟ ୪୦ ନମ୍ବର ପ୍ରଶ୍ନପତ୍ରରେ ୨, ୩ ଓ ୮ ମାର୍କର ପ୍ରଶ୍ନ ରହିବ। କଳା ବିଭାଗ ପାଇଁ ସର୍ବାଧିକ ୫ମାର୍କିଆ ପ୍ରଶ୍ନ ଆସିବାକୁ ଥିବାବେଳେ ବିଜ୍ଞାନରେ ସର୍ବାଧିକ ୮ ମାର୍କିଆ ପ୍ରଶ୍ନ ଆସିବ। ସେହିପରି ଇଣ୍ଟରନାଲ୍‌‌ ପରୀକ୍ଷାରେ ୨୦ ମାର୍କର ପରୀକ୍ଷା ହେବ। ଏଥିରେ ୧, ୨ ଓ ୫ ମାର୍କିଆ ପ୍ରଶ୍ନ ଆସିବ। ଯେଉଁ ୟୁନିଟ୍‌‌ରୁ ଇଣ୍ଟରନାଲ୍‌‌ ପରୀକ୍ଷାରେ ପ୍ରଶ୍ନ ଆସିଥିବା ବାର୍ଷିକ ପରୀକ୍ଷାରେ ଆଉ ସେହି ୟୁନିଟ୍‌‌ରୁ ପ୍ରଶ୍ନପତ୍ର ଆସିବ ନାହିଁ। ଅବଶିଷ୍ଟ ୟୁନିଟ୍‌‌ରୁ ବାର୍ଷିକ ପରୀକ୍ଷାରେ ପ୍ରଶ୍ନ ଆସିବ। କେଉଁ ୟୁନିଟ୍‌‌ରୁ କେଉଁ ପରୀକ୍ଷାରେ ପ୍ରଶ୍ନ ଆସିବ ତାହା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ହେଲେ ପ୍ରାକ୍ଟିକାଲ ଥିବା ବିଷୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ପୂର୍ବପରି ୩୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ଓ ୭୦ ମାର୍କର ଥିଓରୀ ପରୀକ୍ଷା ହେବ। ସିଲାବସ୍‌‌ ବାହାରୁ ପ୍ରଶ୍ନପତ୍ର ଆସୁଥିବା ଅନେକ ସମୟରେ ଅଭିଯୋଗ ହେଉଥିବାରୁ ପରିଷଦ ଏହାକୁ ଗୁରୁତର ସହ ବିଚାର କରୁଛି। ଏହାର ପୁନରାବୃତ୍ତି ନ ହେବାକୁ କେଉଁ ବିଷୟରୁ କେତେ ମାର୍କର ପ୍ରଶ୍ନ ଆସିବ ସେନେଇ ପୂର୍ବରୁ ଫିକ୍ସ କରିବାକୁ ଯୋଜନା କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking