21.1 C
Bhubaneswar
Thursday, December 18, 2025
Homeଓଡିଶାପ୍ରଦର୍ଶନୀ ପଡ଼ିଆରେ ପାଳନ ହେବନି ରାଜ୍ୟସ୍ତରୀୟ ସ୍ବାଧୀନତା

ପ୍ରଦର୍ଶନୀ ପଡ଼ିଆରେ ପାଳନ ହେବନି ରାଜ୍ୟସ୍ତରୀୟ ସ୍ବାଧୀନତା

ଭୁବନେଶ୍ବର : ଦୀର୍ଘ ୫ ବର୍ଷ ପରେ ପୁଣି ମହାତ୍ମା ଗାନ୍ଧୀ ମାର୍ଗକୁ ଫେରିଛି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ। ଏଣିକି ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆଉ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହେବନି। ପୂର୍ବପରି ମହାତ୍ମା ଗାନ୍ଧୀ ମାର୍ଗରେ ଯେପରି ସାଧାରଣତନ୍ତ୍ର ଦିବସ ଓ ସ୍ବାଧୀନତା ଦିବସ ପାଳନ ହେଉଥିଲା ସେହିପରି ପାଳନ ହେବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ସ୍ବାଧୀନତା ଦିବସ ଉପଲକ୍ଷେ ଓଡ଼ିଆ ଅସ୍ମିତା ଏବଂ ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟ ଥିମ୍ ରୂପେ ଗ୍ରହଣ କରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି। ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ ହେବାକୁ ଥିବା ୭୮ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଂଜୟ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିଷ୍ପତ୍ତି ହୋଇଛି ସାଧାରଣତନ୍ତ୍ର ଦିବସ-୨୦୨୪ରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ବିଭିନ୍ନ ପ୍ୟାରେଡ୍ ଦଳ ଓ ପ୍ରଜ୍ଞାପନ ମେଢ଼କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ପୁରସ୍କୃତ କରିବେ। ଏହି ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର କୁମାର ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂହ, ଉପନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଯେ ସ୍ବାଧୀନତା ଦିବସ ମହାତ୍ମା ଗାନ୍ଧୀ ମାର୍ଗ ବଦଳରେ ପ୍ରଦର୍ଶନୀ ପଡ଼ିଆରେ ହେବ। ଏଥିରେ ପ୍ୟାରେଡ୍ ହେବନି। କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍ ପ୍ରଦାନ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking