25.1 C
Bhubaneswar
Saturday, February 14, 2026
Homeଓଡିଶାଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ଶେଷକୃତ୍ୟ ସଂପନ୍ନ

ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ୱର : କେରଳର ୱାୟନାଡ୍‌ରେ ଭୂ-ସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଶନିବାର ରାତିରେ ଜନ୍ମମାଟିକୁ ଫେରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଛି।ବିଷ୍ଣୁପ୍ରସାଦଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ କେରଳରୁ ଓଡ଼ିଶା ଆସିବା ପରେ କଟକର ଚୌଦ୍ୱାରକୁ ନିଆଯାଇଥିଲା। ଚାରବାଟିଆ ସ୍ଥିତ ହାଉସିଂ ବୋର୍ଡ କଲୋନୀ ସ୍ଥିତ ତାଙ୍କ ଘରେ ମୃତଦେହ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ମଧ୍ୟ ମେଡିକାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶା ଫେରିଛନ୍ତି। ତାଙ୍କ ମୁହଁରେ ଆଘାତ ଲାଗି ଅନେକ କ୍ଷତ ସୃଷ୍ଟି ହୋଇଥିଲା। ଅନ୍ୟପକ୍ଷରେ ଏବେ ବି କେରଳର ମେପ୍ପାଡ଼ି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ଡାକ୍ତର ସ୍ୱୀକୃତି ମହାପାତ୍ର। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ତାଙ୍କୁ ଆହୁରି ୪୮ ଘଣ୍ଟା ଅବ୍‌ଜର୍ଭେସନରେ ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking