32.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶକେରଳରେ ଭୂସ୍ଖଳନ ; ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

କେରଳରେ ଭୂସ୍ଖଳନ ; ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

କେରଳ : କେରଳରେ ଭୟଙ୍କର ଭୂସ୍ଖଳନ। କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏହି ଅଘଟଣରେ ମୃତକଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି। ଏହି ଅଘଟଣର ଶିକାର ହୋଇଥିବା ୭୦ ଜଣ ଆହତଙ୍କ ଚିକିତ୍ସା ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ ୬ଜଣଙ୍କ ମୃତଦେହକୁ ମେପ୍ପାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୫ଟି ମୃତଦେହକୁ ଏକ ଘରୋଇ ମେଡିକାଲ କଲେଜକୁ ଅଣାଯାଇଛି। ତେବେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ବେଳେ ଆହତମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ଏହି ଅଘଟଣ ନେଇ କେରଳ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (କେଏସଡିଏମଏ) କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ (ଏନଡିଆରଏଫ) ଟିମ୍ ମୁତୟନ ହୋଇଛନ୍ତି। ଏନଡିଆରଏଫର ଏକ ଅତିରିକ୍ତ ଟିମ୍ ୱାୟନାଡ ଯାଉଛନ୍ତି। ସିଏମଓଙ୍କ ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ହେଲ୍‌ପଲାଇନ ନମ୍ବର (୯୬୫୬୯୩୮୬୮୯ ଏବଂ ୮୦୮୦୦୧୦୮୩୩) ଜାରି କରିଛି। ଏହାରି ମଧ୍ୟରେ ବାୟୁସେନାର ଦୁଇଟି ହେଲିକପ୍ଟର ଏମଆଇ-୧୭ ଓ ଗୋଟିଏ ଏଏଲଏଚ୍ ସକାଳ ସାଢ଼େ ୭ଟାରେ ସୁଲୁରରୁ ବାହାରିଛି। ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। କେରଳର ବୈଥିରି, କଲପଟ୍ଟା, ମେପ୍ପାଡି ଓ ମନ୍ତାୱାଡିରେ ହସ୍ପିଟାଲକୁ ପ୍ରସ୍ତୁତ ରଖାଯାଇଛି। ସେହିପରି ୱାୟନାଡ଼ରେ ସ୍ୱାସ୍ଥ୍ୟକର୍ମୀଙ୍କ ଅଧିକ ଟିମ୍ ମୁତୟନ କରାଯାଉଛି। କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking