24.1 C
Bhubaneswar
Sunday, January 5, 2025
Homeଓଡିଶାଶିଶୁ ପାଇଁ କେତେ ଜରୁରୀ ମାଆ କ୍ଷୀର: କ’ଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ..

ଶିଶୁ ପାଇଁ କେତେ ଜରୁରୀ ମାଆ କ୍ଷୀର: କ’ଣ କହୁଛନ୍ତି ବିଶେଷଜ୍ଞ ଜାଣନ୍ତୁ..

ଭୁବନେଶ୍ୱର: ଶିଶୁ ପାଇଁ ମାଆ କ୍ଷୀର ଅମୃତ ସମାନ । ଏହା ନବଜାତ ଶିଶୁକୁ ବଳିଷ୍ଠ କରିଥାଏ । ଶିଶୁଟିଏ ଜନ୍ମ ପରେ ପରେ ପ୍ରଥମେ ମାଆର ଛାତି ଉପରେ ଶିଶୁକୁ ପ୍ରସବ କକ୍ଷରେ ଶୁଆଇ ଦିଆଯାଏ । ଆଉ ଏହିଠାରୁ ହିଁ ଆରମ୍ଭ ହୋଇଥାଏ ସ୍ତନ୍ୟପାନ । ଏହା ଶିଶୁକୁ କେବଳ ଘାତକ ରୋଗରୁ ସୁରକ୍ଷା ଦିଏନାହିଁ ବରଂ ମାତୃ ଗର୍ଭର ସୁରକ୍ଷାଚକ୍ରରୁ ବାହ୍ୟ ପରିବେଶରେ ସୁସ୍ଥ ଭାବରେ ବଞ୍ଚି ରହିବା ପାଇଁ ଶିଶୁକୁ ସମସ୍ତ ପ୍ରକାର ଉପାଦାନ ଯୋଗାଇ ଦେଇଥାଏ । ଶିଶୁ ଜନ୍ମ ହେବା ମାତ୍ରେ ହିଁ ତାକୁ ମାଆ କ୍ଷୀର ଖୁଆଇବା ଉଚିତ ।

ମାଆ କ୍ଷୀରରେ ବିଭିନ୍ନ ପୋଷକତତ୍ୱ ସହିତ ବହୁ ପରିମାଣର କୋଲଷ୍ଟ୍ରମ୍ ରହିଥାଏ, ଯାହାକି ଶିଶୁକୁ ରୋଗମୁକ୍ତ କରିଥାଏ । ସ୍ୱାସ୍ଥ୍ୟ ବିଶେଷଙ୍କଙ୍କ ଅନୁସାରେ, ୬ ମାସ ପର୍ଯ୍ୟନ୍ତ କେବଳ ମାଆ କ୍ଷୀର ପିଉଥିବା ଶିଶୁ ବାହାର ଖାଦ୍ୟ ଖାଉଥିବା ଶିଶୁଙ୍କ ଠାରୁ ଅଧିକ ସୁସ୍ଥ ଓ ନିରୋଗ ରହିଥାନ୍ତି । ଶିଶୁ ଜନ୍ମ ହେବା ପର ଠାରୁ ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ମାଆ କ୍ଷୀର ଖାଇପାରିବ । କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟ କୌଣସି କାରଣ ପାଇଁ ବିଭିନ୍ନ ସମୟରେ ନବଜାତ ଶିଶୁ କାନ୍ଦିଲେ ତାକୁ ପରିବାର ଲୋକ ବାହାର କ୍ଷୀର ଦେଇଥାନ୍ତି । ବିଶେଷ ଭାବରେ ନବଜାତ ଶିଶୁକୁ ବାହାର କ୍ଷୀର ଦେବା ଆଦୌ ଠିକ ନୁହେଁ ।

ଯଥା ସମ୍ଭବ ବାହାର କ୍ଷୀର ଠାରୁ ଶିଶୁକୁ ଦୂରେଇ ରଖିବା ଆବଶ୍ୟକ । ମାଆ କ୍ଷୀର କେବଳ ଶିଶୁର ବିକାଶ କରିଥାଏ ତାହା ନୁହେଁ ବରଂ ଏହା ଶିଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିଥାଏ । ଏହା ସହ ମାଆ କ୍ଷୀର ଶିଶୁଙ୍କୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ । ମାଆ କ୍ଷୀରରେ ଥିବା ଏକ ଉପାଦାନ ନବଜାତ ଶିଶୁଙ୍କୁ କ୍ଷତିକାରକ ବ୍ୟାକ୍ଟେରିଆ କବଳରୁ ରକ୍ଷା କରିଥାଏ । ଗର୍ଭବତୀ ମହିଳାଙ୍କ ଠାରେ ଦେଖାଦେଉଥିବା ଏକ ପ୍ରକାର ବ୍ୟାକ୍ଟେରିଆ ନବଜାତ ଶିଶୁମାନଙ୍କ ଦେହରେ ବିଶେଷ ଭାବରେ ସଂକ୍ରମଣ ସୃଷ୍ଟି କରିଥାଏ । ଯାହା ଦ୍ୱାରା କି ନବଜାତ ଶିଶୁଙ୍କ ମଧ୍ୟରେ ନିମୋନିଆ ଭଳି ଗୁରୁତର ରୋଗ ହେବାର ସମ୍ଭାବନା ଦେଖିବାକୁ ମିଳିଥାଏ ।

ତେବେ ଏହି ସଂକ୍ରମଣ ଦିନକୁ ଦିନ ବଢିବା କାରଣରୁ ଏଥିରେ ଅନେକ ଶିଶୁଙ୍କର ମଧ୍ୟ ମୃତ୍ୟୁ ହେବାର ସମ୍ଭାବନା ଦେଖାଯାଏ । ଏହି ସମୟରେ ବିଶେଷ ଭାବରେ ନବଜାତ ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ମାଆ କୌଣସି ରୋଗରେ ପୀଡିତ ହେଲେ ବା ଔଷଧ ଖାଇଲେ ଏହାର ପ୍ରଭାବ ମାଆ କ୍ଷୀରରେ ଆସେ ନାହିଁ । ନବଜାତ ଶିଶୁ ଜନ୍ମ ହେବା ମାତ୍ରେ ମାଆମାନେ ଭଲ ଭାବରେ ପ୍ରୋଟିନ ଓ ସୁଷମା ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ଶିଶୁଟି ଜନ୍ମ ପରେ ମାଆ ଅଧିକ ଖାଇବା ଆବଶ୍ୟକ । ଯାହା ନିଜ ପାଇଁ ଆଉ ଶିଶୁ ପାଇଁ ମଧ୍ୟ ଗୁରୁତ୍ୱ । ମାଆ କ୍ଷୀର ବଦଳରେ ଡବା କ୍ଷୀର ବା ଅନ୍ୟ କ୍ଷୀର ଦେଲେ ଶିଶୁଙ୍କ ଦେହରେ ଇନ୍‌ଫେକ୍‌ସନ ହେବାର ଆଶଙ୍କା ଅଧିକ ରହିଛି । ଗୋଟିଏ ମାଆ ଶିଶୁଟିକୁ କ୍ଷୀର ଦେଲା ସମୟରେ ସ୍ୱଚ୍ଛ ଭାବରେ ରହିବା ସହ ପରିଷ୍କାର ପରିଚ୍ଛନତା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।ମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking