19.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶପ୍ରକାଶ ପାଇଲା ନିଟ ୟୁଜି ୨୦୨୪ ପରୀକ୍ଷା ଫଳ

ପ୍ରକାଶ ପାଇଲା ନିଟ ୟୁଜି ୨୦୨୪ ପରୀକ୍ଷା ଫଳ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ନିଟ ୟୁଜି ୨୦୨୪ ପରୀକ୍ଷା ଫଳ । ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଆଜି ଜୁଲାଇ ୨୦, ୨୦୨୪ରେ ଅଫିସିଆଲ ୱେବସାଇଟରେ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା- ସ୍ନାତକୋତ୍ତର (ନିଟ- ୟୁଜି) ୨୦୨୪ ପ୍ରକାଶ କରିଛି। ଏନଟିଏ ଓ୍ବେବସାଇଟରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ କରାଯାଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ସହରଓ୍ବାରୀ ଏବଂ  କେନ୍ଦ୍ରଓ୍ବାରୀ ତଥ୍ୟ ଉପଲବ୍ଧ କରାଯାଇଛି। ଏହା ସହିତ ପରୀକ୍ଷାର୍ଥୀମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି। ନିଟ୍‌-ୟୁଜି ମାମଲାରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିସନର ଶୁଣାଣି କରି ଗତ ୧୮ ତାରିଖରେ ସହରଓ୍ବାରୀ ଏବଂ କେନ୍ଦ୍ରଓ୍ବାରୀ ଫଳାଫଳ ପ୍ରକାଶ କରିବାକୁ ଏନଟିଏକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏନଟିଏ ଓ୍ବେବସାଇଟରେ ଫଳ ପ୍ରକାଶ କରିବାକୁ ନିର୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ତେବେ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳକୁ ସରକାରୀ ୱେବସାଇଟରେ ଯାଞ୍ଚ କରିପାରିବେ ଏବଂ ଡାଉନଲୋଡ୍ କରିପାରିବେ। Exams.nta.ac.in/NEET/ ଏବଂ neet.ntaonline.in ୱେବସାଇଟରେ ନିଜର ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ । ମେ ୫ରେ ୨୩.୩୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ୫୭୧ ସହରର ୪,୭୫୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking