20.1 C
Bhubaneswar
Friday, December 26, 2025
Homeଓଡିଶାରେଳଧାରଣାରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ରେଳଧାରଣାରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

କଣ୍ଟାବାଞ୍ଜି : ରେଳଧାରଣାରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି କଣ୍ଟାବାଞ୍ଜି ଜିଆରପି ଠାରେ । ତେବେ ଏହି ମୃତଦେହ ତୁରେକେଲା ଥାନା ମହୁଲବାହଲି ନିକଟ ରେଳ ଧାରଣାରୁ ଉଦ୍ଧାର ହୋଇଛି। ପୋଲିସ ମୃତଦେହ ନିକଟରୁ ଏକ ବ୍ୟାଗ ଜବତ କରିଛି। ତେବେ ସେହି ବ୍ୟାଗ ଭିତରୁ ଲୁଗାପଟା ସହ ଆଧାରକାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା କାର୍ଡ ମିଳିଛି। ତେବେ ମାଲଗାଡି ଧକ୍କାରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ମୃତ ବୃଦ୍ଧା ଜଣକ ହେଲେ ଝରଣୀ ଗାଁର ବୋଲି ଜଣାପଡିଛି। ତେବେ ମୃତ ବୃଦ୍ଧା ଜଣଙ୍କ ମାନସିକ ବିକାରଗ୍ରସ୍ତ ଥିବା ତାଙ୍କ ପୁଅ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ତେଣୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking