23.1 C
Bhubaneswar
Sunday, March 22, 2026
Homeଓଡିଶାଟ୍ରକ ଓ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ଟ୍ରକ ଓ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

ସୋର: ଟ୍ରକ ଓ ସ୍କୁଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଖଇରା ଥାନା ଡାଲଙ୍ଗ ଗ୍ରାମର ଭରତ ପୃଷ୍ଟିଙ୍କ ପୁଅ ଉମେଶ ପୃଷ୍ଟି, ସମୀର ମହାରଣା ଓ ଆଟପୁର ଗ୍ରାମର ଶୁଭଙ୍କର ପାତ୍ର ଏକ ସଂକୀର୍ତ୍ତନ ମଣ୍ଡଳୀରେ କାମ କରନ୍ତି। ଆଜି ସକାଳେ ବାଲିଆ ପାଳରୁ କୀର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ଛକ ନିକଟରେ ଏକ ଟ୍ରକ ତାଙ୍କୁ ଧକା ମାରିବାରୁ ଉମେଶଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସମୀର ଓ ଶୁଭଙ୍କର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଶୁଭଙ୍କର ଗୁରୁତର ଆହତ ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ଥନାରେ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking