22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶସୋସିଆଲ ମିଡିଆ କିପରି ଏକ ସାଧାରଣ ଗାଁ ପୋଖରୀକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କଲା, ଜାଣନ୍ତୁ

ସୋସିଆଲ ମିଡିଆ କିପରି ଏକ ସାଧାରଣ ଗାଁ ପୋଖରୀକୁ ଏକ ପର୍ଯ୍ୟଟନସ୍ଥଳୀରେ ପରିଣତ କଲା, ଜାଣନ୍ତୁ

ଭୁବନେଶ୍ୱର: ସବୁ ପୋଖରୀ ଭଳି ଇଣ୍ଡୋନେସିଆର ଏକ ସାଧାରଣ ପୋଖରୀ ଯାହା ବର୍ତ୍ତମାନ ପାଲଟି ଯାଇଛି ଏକ ପର୍ଯ୍ୟଟନ ସ୍ଥଳୀ ।ଇଣ୍ଡୋନେସିଆର ଏକ ଛୋଟ ଗାଁ ପୋଖରୀ ଇନଷ୍ଟାଗ୍ରାମରେ ହୋଇଯାଇଛି ଚର୍ଚ୍ଚିତ ।  ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି  ଯେଉଁମାନେ ଏହି ପୋଖରୀକୁ ବିଚିତ୍ର ଫଟୋ ସୁଟ ସ୍ଥାନରେ ପରିଣତ କରିଦେଇଛନ୍ତି ।

ତେବେ କେନ୍ଦ୍ରୀୟ ଜାଭାର ଉମ୍ବୁଲ ପୋଙ୍ଗଗୋକ ଠାରେ ରହିଛି ଏହି ପୋଖରୀ । ୨୩୦ ଫୁଟରୁ ୧୩୦ ଫୁଟ ଥିବା ଏହି ପୋଖରୀରେ ସ୍ଫଟିକ ସ୍ୱଚ୍ଛ ଜଳ, ପ୍ରଚୁର ରଙ୍ଗୀନ ମାଛ ମଧ୍ୟରେ ବିଭିନ୍ନ ପ୍ରକାରର ଜିନିଷ ସ୍ଥାନୀୟ ଲୋକମାନେ ଏହି ପୋଖରୀରେ ବୁଡ଼ାଇଦେଇଛନ୍ତି ଯେପରିକି ଟେଣ୍ଟ, ମୋଟରସାଇକେଲ ଏବଂ ଟିଭି ସେଟ୍ । ପରିଦର୍ଶକମାନେ ଜଳର ତଳ ଅଂଶକୁ ଯାଇ ଜେଟ ସ୍କାଏ, ଟେଣ୍ଟ, ମୋଟରସାଇକେଲ ଏବଂ ଟିଭି ସେଟ୍ ଭଳି ବସ୍ତୁ ପାଖରେ ଫଟୋ ପାଇଁ ପୋଜ୍ କରିପାରିବେ । ଏହି ପୋଖରୀର ପ୍ରବେଶ ସୁକ୍ଳ ଏକ ଡଲାର ରହିଛି । ପରିଦର୍ଶକମାନେ ଏକ ଅଣ୍ଡର ୱାଟର କ୍ୟାମେରା ଭଡା କରିପାରିବେ କିମ୍ବା ସ୍କୁବା-ଡାଇଭିଙ୍ଗ ଫଟୋଗ୍ରାଫରଙ୍କୁ ଦ୍ୱାରା ମଧ୍ୟ ପଇସା ଦେଇ ଫଟୋ ଉଠାଇ ପାରିବେ । ପର୍ଯ୍ୟଟକଙ୍କୁ ଆକର୍ଶଣ କରିବା ପାଇଁ ଏହି ସ୍ଥାନ ଉପରେ ଏକ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଅଛି ଯେଉଁ ଆକାଉଣ୍ଟରେ ଏହି ସ୍ଥାନର କୌତୁହଳ ଫଟୋ ପୋଷ୍ଟ କରାଯାଇଛି । ଯାହାର ୪୦ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି ।

ଏପରିକି ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ମଧ୍ୟ ଏହି ଆକାଉଣ୍ଟର ଜଣେ ପ୍ରଶଂସକ । ସେ ପୋଖରୀରେ ନିଆଯାଇଥିବା ଇନଷ୍ଟାଗ୍ରାମରେ ଏକ ଚିତ୍ର ପୋଷ୍ଟ କରିଥିଲେ ଯେଉଁଥିରେ ଜଣେ ପରିଦର୍ଶକ ମାଛ ମଧ୍ୟରେ ମୋଟରସାଇକେଲରେ ପାଣି ତଳେ ପୋଜ୍ କରିଥିଲେ । କିନ୍ତୁ ପଙ୍ଗଗୋକ ଗାଁରେ ଅବସ୍ଥିତ ଉମ୍ବୁଲ ପଙ୍ଗଗୋକ୍ ପୂର୍ବରୁ ପର‌୍ୟ୍ୟଟନ ସ୍ଥଳୀ ନଥିଲା ।

୧୫ ବର୍ଷ ପୂର୍ବେ ଏହି ପୋଖରୀଟି ଅପରିଷ୍କାର ଏବଂ ପ୍ରଦୂଷିତ ହୋଇ ରହିଥିଲା । ସ୍ଥାନୀୟ ବାସିନ୍ଦାମାନେ ଏହି ପୋଖରୀକୁ ଗାଧୋଇବା ଏବଂ ପୋଷାକ ଧୋଇବା ପାଇଁ ବ୍ୟବହାର କରୁଥିଲେ । ଗାଁରେ ବେରୋଜଗାର ଅଧିକ ଥିଲା ଏବଂ ଯେଉଁମାନେ ଭାଗ୍ୟବାନ ଥିଲେ ସେମାନେ ଚାଷ ଜମିରେ କିମ୍ବା ସ୍ଥାନୀୟ ଖଣିରେ କାମ କରୁଥିଲେ । କିନ୍ତୁ ୨୦୦୬ ରେ, ନବ ନିର୍ବାଚିତ ଗ୍ରାମ ମୁଖ୍ୟ ଜୁନାଡି ମୁଲିନୋ ଦେଖିଲେ ଯେ, ପୋଖରୀକୁ ସଫା କରାଗଲେ ଏହା ଦ୍ୱାରା ଅର୍ଥ ଉପାର୍ଜନାର ସମ୍ଭାବନା ଅଛି, କାରଣ ୪୦ ଟି ପ୍ରାକୃତିକ ଜଳ ଏହି ପୋଖରୀ ଭିତର ଦେଇ ପ୍ରବାହିତ ହେଉଛି । ସେ ଗ୍ରାମବାସୀଙ୍କୁ ଏକ ବ୍ୟବସାୟରେ ବିନିଯୋଗ କରିବାକୁ ନିଶ୍ଚିତ କରିଥିଲେ ଯାହା ପୋଖରୀକୁ ସଫା କରିବ ଏବଂ ଏହାକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବ । ଏବଂ ଗ୍ରାମବାସୀ ତିର୍ତା ମାଣ୍ଡିରି (ଯାହାର ଅର୍ଥ ଜଳ ସ୍ୱାଧିନ) ସ୍ଥାପନ କରି ପୋଖରୀକୁ ଟଙ୍କା-ସ୍ପିନରରେ ପରିଣତ କରି ଏହାର ଜବାବ ଦେଇଥିଲେ ।

ଆଜି ଉମ୍ବୁଲ ପଙ୍ଗଗୋକର ଗ୍ରାମବାସୀ ପ୍ରାୟ ୪୦ ପ୍ରତିଶତ ଅଂଶଧନ ପାଇଛନ୍ତି ଏବଂ ଅନେକେ ଆକର୍ଷଣର ଚାରିପାଖରେ ସ୍ମରଣିକା, ପୋଷାକ ଏବଂ ଖାଦ୍ୟ ବିକ୍ରୟ କରି ଟଙ୍କା ରୋଜଗାର କରନ୍ତି । ସାଉଥ ଚାଇନା ମର୍ନିଂ ପୋଷ୍ଟର ମୁଲିନୋ କହିଛନ୍ତି: ‘ପ୍ରାରମ୍ଭରେ ଅନେକ ବାସିନ୍ଦା ପୁଞ୍ଜି ବିନିଯୋଗ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ କିନ୍ତୁ ପୋଖରୀର ବିକାଶ ଦେଖିବା ପରେ ସେମାନେ ମତ ବଦଳାଇଲେ । ଉମ୍ବୁଲ ପଙ୍ଗଗୋକ ଦେଖିବା ପାଇଁ ପର‌୍ୟ୍ୟଟକଙ୍କ ଆଗମନ ହିଁ ବର୍ତ୍ତମାନ ସେଠାକାର ଅର୍ଥନୀତିକୁ ବଢ଼ାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking