ଭୁବନେଶ୍ୱର : ଆଜି ରାଜ୍ୟ ବଜେଟ ଅଧିବେଶନ । ବଜେଟ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକଙ୍କ ସରକାରର ଏହା ଦ୍ୱିତୀୟ ବଜେଟ । ୨ ଲକ୍ଷ ୯୦ ହଜାର କୋଟିର ବଜେଟ ଉପାସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ୬, ୨୪୯ କୋଟି ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ୩,୮୮୧ କୋଟି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ୨ ହଜାର ୯୧ କୋଟି । ନିର୍ମଳା ଯୋଜନା ପାଇଁ ୯୯୭ କୋଟି ବ୍ୟୟ ବରାଦ ହୋଇଛି । ସୁଭଦ୍ର ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟବରାଦ ହୋଇଛି । ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ୪୯୨ କୋଟି ବ୍ୟୟବରାଦ ହୋଇଛି । ମୁଖ୍ୟମନ୍ତ୍ରୀ ସମ୍ପୁଣ୍ଣ ପୁଷ୍ଟି ଯୋଜନାରେ ୫୨୬ କୋଟି ବାୟବରାଦ ହୋଇଛି । ସମନ୍ୱିତ ଶିଶୁବିକାଶକୁ ରାଜ୍ୟ ସହାୟତା ୧୧୩୨ କୋଟି ବ୍ୟୟବରାଦ ହୋଇଛି । ଓଡିଶା ପୁଷ୍ଟି ମିଶନ ପାଇଁ ୧୦୦ କୋଟି ବ୍ୟୟବରାଦ ହୋଇଛି ।









