34.1 C
Bhubaneswar
Friday, March 20, 2026
Homeଓଡିଶାଏଥର ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରଛାତ୍ରୀ

ଏଥର ମାଟ୍ରିକ ପରୀକ୍ଷା ଦେଲେନି ୯୯୩୦ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପରୀକ୍ଷା ପାଇଁ ଫର୍ମ ଭରିଲେ  ହେଲେ ପରୀକ୍ଷା ବେଳେ ନୁପସ୍ଥିତ ଛାତ୍ରଛାତ୍ରୀ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ ଅନେକ ଛାତ୍ରଛାତ୍ରୀ। ବିଧାୟିକା ଉପାସନା ମହାନ୍ତିଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ  ମୋଟ ୫ ଲକ୍ଷ ୪୬ହଜାର ୮୭୬ ଛାତ୍ରଛାତ୍ରୀ ଫର୍ମ ଫିଲ୍‌ ଅପ୍ କରିଥିଲେ। ହେଲେ ସେଥିରୁ ୫ ଲକ୍ଷ ୩୬ ହଜାର ୯୪୬ ପିଲା ପରୀକ୍ଷା ଦେଇଛନ୍ତି। ୧.୮୧ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଗୃହରେ ତଥ୍ୟ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ତେବେ କାହିଁକି ଏତେ ପିଲା ପରୀକ୍ଷା ଦେଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking