ଗଜପତି: ଗଜପତିରେ ୯୪୦ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ୯୧ ଜଣ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ଝିପିଝିପି ବର୍ଷାରେ ସ୍ଥାନାନ୍ତର କଲା ପ୍ରଶାସନ । ଜିଲ୍ଲାରେ ୧୩୯ ଭୁସ୍ଖଳନ ପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇଛି । ମୋନ୍ଥା ମୁକାବିଲା ନେଇ ଚିଫ ଫାୟାର ଅଫିସର ସୂଚନା ଦେଇଛନ୍ତି । କହିଛନ୍ତି, ବ୍ରହ୍ମପୁର ଆରଡିସି ସର୍କଲରେ ୧୨୩ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି । କଟକ ଆରଡିସି ସର୍କଲରେ ୧୪୪ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି । ଉଚ୍ଚ କୋଟିର ଉପକରଣ ଦିଆଯାଇଛି । ବାତ୍ୟାରେ ବ୍ୟବହୃତ ସମସ୍ତ ଆବଶ୍ୟକୀୟ ଯନ୍ତ୍ର ରଖାଯାଇଛି । ଭୂସ୍ଖଳନ ନେଇ ପୋଲିସ ଓ ପ୍ରଶାସନ ସହ ଯୋଗସୂତ୍ର ରଖାଯାଇଛି । ‘ମୋନ୍ଥା’ର ପ୍ରଭାବରେ ଗଞ୍ଜାମ, ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହେଲାଣି ।










