ଭୁବନେଶ୍ୱର: ୧୫ ମାସରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ୧୯୯ ସରକାରୀ ବାବୁ । ୧୯୯ ଦୁର୍ନୀତି ଖୋର ବାବୁଙ୍କୁ ଧରିଲେଣି ନୂଆ ସରକାର । ଗତ ୧୫ ମାସରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ରୁଜୁ ହୋଇଛି । ଏହାକୁ ଭିଜିଲାନ୍ସ ରୁଜୁ କରିଛି ।ଲାଞ୍ଚ ନେବା ଅଭିଯୋଗରେ ରୁଜୁ ହୋଇଛି ୧୨୨ଟି ମାମଲା । ମୋଟ ୨୦୨ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଜବତ ହୋଇଛି । ଗତ ୫ ବର୍ଷରେ ୩ ହଜାର ୬୬୧ଟି ଦୁର୍ନୀତି ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ୭୨୨ଟି ମାମଲା ତତନ୍ତାଧିନ ରହିଛି । ତେବେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କତ୍ତଉତ୍ତରରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।










