ପ୍ରାଥମିକତା୧: କୃଷିକ୍ଷେତ୍ରରେ ଉତ୍ପାଦକତା ଏବଂ ସ୍ଥିରତା
-କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ।
-୩୨ଟି କ୍ଷେତ ଓ ଉଦ୍ୟାନ କୃଷି ଫସଲର ନୂତନ ୧୦୯ଟି ଉଚ୍ଚ ଉତ୍ପାଦନକାରୀ ଓ ଜଳବାୟୁ ସହନଶୀଳ ପ୍ରଜାତିଚାଷ ପାଇଁ ଛଡ଼ାଯିବ ।
-ଆସନ୍ତା ୨ ବର୍ଷ ମଧ୍ୟରେ ସାର୍ଟିଫିକେସନ୍ ଏବଂ ବ୍ରାଣ୍ଡିଂ ସହିତ ଦେଶର ୧ କୋଟି କୃଷକଙ୍କୁ ପ୍ରାକୃତିକ ଚାଷ ପାଇଁ ଆରମ୍ଭ କରାଯିବ ।
-ପ୍ରାକୃତିକ ଚାଷ ପାଇଁ ୧୦ ହଜାର ଆବଶ୍ୟକତା ଭିତ୍ତିକ ଜୈବ ଇନପୁଟ୍ ସମ୍ବଳ କେନ୍ଦ୍ର ପ୍ରତିଷ୍ଠା କରାଯିବ ।
-୩ ବର୍ଷ ମଧ୍ୟରେ କୃଷକ ଏବଂ ସେମାନଙ୍କ ଜମିର କଭରେଜ୍ ପାଇଁ କୃଷି ପାଇଁ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) କାର୍ଯ୍ୟକାରୀ କରାଯିବ ।
ପ୍ରାଥମିକତା ୨: ନିଯୁକ୍ତି ଏବଂ ଦକ୍ଷତା
-ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍ ଅଧୀନରେ \’ରୋଜଗାର ଭିତ୍ତିକ ପ୍ରୋତ୍ସାହନ\’ ପାଇଁ ୩ଟି ଯୋଜନା କାର୍ଯ୍ୟକାରୀ କରାଯିବ – ଯୋଜନା ଏ – ପ୍ରଥମ ଥର; ସ୍କିମ୍ ବି – ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି; ସ୍କିମ୍ ସି – ନିଯୁକ୍ତିଦାତାଙ୍କୁ ସହାୟତା ।
-କର୍ମକ୍ଷେତ୍ରରେ ମହିଳାଙ୍କ ଅଧିକ ଅଂଶଗ୍ରହଣକୁ ସୁଗମ କରିବା ପାଇଁ,
-ଶିଳ୍ପ ସହଯୋଗରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ ଓ କ୍ରେଚ୍
-ମହିଳା ନିର୍ଦ୍ଦିଷ୍ଟ ଦକ୍ଷତା କାର୍ଯ୍ୟକ୍ରମ ଆୟୋଜନ କରାଯିବ
-ମହିଳା ଏସ୍ଏଚଜି ଉଦ୍ୟୋଗ ପାଇଁ ବଜାର ପ୍ରବେଶକୁ ପ୍ରୋତ୍ସାହିତ କରାଯିବ
-୫ ବର୍ଷରେ ୨୦ ଲକ୍ଷ ଯୁବକଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ୟାକେଜ ଅଧୀନରେ ସ୍କିଲିଂ ପାଇଁ ନୂଆ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ।
-୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପାଇଁ ସଂଶୋଧନ ହେବ ଆଦର୍ଶ ଦକ୍ଷତା ଋଣ ଯୋଜନା ।
-ସରକାରୀ ଯୋଜନା ଓ ନୀତି ଅନୁଯାୟୀ କୌଣସି ସୁବିଧା ପାଇବାକୁ ଯୋଗ୍ୟ ନଥିବା ଯୁବକମାନଙ୍କୁ ଘରୋଇ ଅନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଆର୍ôଥକ ସହାୟତା ପ୍ରଦାନ କରାଯିବ ।
ପ୍ରାଥମିକତା ୩: ସମାବେଶୀ ମାନବ ସମ୍ବଳ ବିକାଶ ଏବଂ ସାମାଜିକ ନ୍ୟାୟ
-ଅମୃତସର-କୋଲକାତା ଇଣ୍ଡଷ୍ଟ୍ରିଆଲ କରିଡରରେ ଗୟାଠାରେ ଇଣ୍ଡଷ୍ଟ୍ରିଆଲ ନୋଡ୍ ବିକଶିତ ହେବ ।
-୨୧,୪୦୦ କୋଟି ଟଙ୍କା ବ୍ୟୟରେ ପିରପଇଁଟିଠାରେ ନୂତନ ୨୪୦୦ ମେଗାୱାଟ ବିଦ୍ୟୁତ୍ ପ୍ଲାଣ୍ଟ୍ ସମେତ ବିଦ୍ୟୁତ୍ ପ୍ରକଳ୍ପ ହାତକୁ ନିଆଯିବ ।
-ଚଳିତ ଆର୍ôଥକ ବର୍ଷରେ ବହୁପକ୍ଷୀୟ ବିକାଶ ଏଜେନ୍ସି ଗୁଡ଼ିକ ଜରିଆରେ ୧୫,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ôଥକ ସହାୟତା ପ୍ରଦାନ କରାଯାଇଛି ।
-ବିଶାଖାପାଟଣା-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର ର କୋପର୍ତିଠାରେ ଏବଂ ହାଇଦ୍ରାବାଦ-ବେଙ୍ଗାଲୁରୁ ଇଣ୍ଡଷ୍ଟ୍ରିଆଲ କରିଡର ର ଓରଭକଲଠାରେ ଇଣ୍ଡଷ୍ଟ୍ରିଆଲ ନୋଡ ।
-ମହିଳା ଓ ବାଳିକାମାନଙ୍କ ପାଇଁ ଉପକୃତ ହେଉଥିବା ଯୋଜନା ପାଇଁ ସମୁଦାୟ ୩ ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ କରାଯାଇଛି ।
-ଆଦିବାସୀ ଅଧ୍ୟୁଷିତ ଗାଁ ଓ ଆକାଂକ୍ଷୀ ଜିଲ୍ଲାରେ ଆଦିବାସୀ ପରିବାରର ସାମାଜିକ-ଅର୍ଥନୈତିକ ବିକାଶ, ଯେଉଁଥିରେ ୬୩,୦୦୦ ଗାଁ ସାମିଲ ହୋଇଛି, ଏବଂ ଏହାଦ୍ୱାରା ୫ କୋଟି ଆଦିବାସୀ ଉପକୃତ ହେବେ ।
-ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ଟି ଶାଖା ଉତ୍ତର ପୂର୍ବାଞ୍ଚଳରେ ପ୍ରତିଷ୍ଠା ହେବ ।
ପ୍ରାଥମିକତା ୪: ଉତ୍ପାଦନ ଏବଂ ସେବା
-ଯନ୍ତ୍ରପାତି ଏବଂ ଉପକରଣ କ୍ରୟ ପାଇଁ ଏମଏସଏମଇଗୁଡ଼ିକୁ ମିଆଦୀ ଋଣରେ ବିନା ବନ୍ଧକ କିମ୍ବା ତୃତୀୟ ପକ୍ଷ ଗ୍ୟାରେଣ୍ଟିରେ ଏକ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ।
-ଏମ୍ଏସ୍ଏମ୍ଇଗୁଡ଼ିକର ଚାପ ସମୟରେ ବ୍ୟାଙ୍କ ଋଣ ଜାରି ରଖିବା ପାଇଁ ନୂତନ ବ୍ୟବସ୍ଥା ।
-’ତରୁଣ\’ ବର୍ଗରେ ମୁଦ୍ରା ଋଣର ସୀମା ପୂର୍ବ ଋଣ ସଫଳତାର ସହ ପରିଶୋଧ କରିଥିବା ବ୍ୟକ୍ତିଙ୍କ ପାଇଁ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ।
-ଟିଆରଇଡିଏସ ପ୍ଲାଟଫର୍ମରେ ବାଧ୍ୟତାମୂଳକ ଅନବୋର୍ଡିଂ ପାଇଁ କ୍ରେତାଙ୍କ କାରବାର ସୀମା ୫୦୦ କୋଟି ଟଙ୍କାରୁ ୨୫୦ କୋଟି ଟଙ୍କାକୁ ହ୍ରାସ କରାଯିବ ।
-ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୫୦ଟି ମଲ୍ଟି ପ୍ରଡକ୍ଟ ଫୁଡ୍ ଇରେଡିଏସନ୍ ୟୁନିଟ୍ ସ୍ଥାପନ ପାଇଁ ଆର୍ôଥକ ସହାୟତା ।
-ଏମ୍ଏସ୍ଏମ୍ଇ ଏବଂ ପାରମ୍ପରିକ କାରିଗରମାନଙ୍କୁ ସେମାନଙ୍କ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରରେ ବିକ୍ରି କରିବା ପାଇଁ ସରକାରୀ-ଘରୋଇ ଭାଗିଦାରୀ (ପିପିପି) ମୋଡ୍ ରେ ଇ-କମର୍ସ ରପ୍ତାନି ହବ୍ ପ୍ରତିଷ୍ଠା କରାଯିବ ।
-ଘରୋଇ ଉତ୍ପାଦନ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୁନଃବ୍ୟବହାର ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ସମ୍ପତ୍ତିର ବିଦେଶ ଅଧିଗ୍ରହଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ ଗଠନ କରାଯିବ ।
-ଖଣି ଖନନ ପାଇଁ ଅଫସୋର ବ୍ଲକର ପ୍ରଥମ କିସ୍ତି ନିଲାମ, ପୂର୍ବରୁ ହୋଇଥିବା ଅନୁସନ୍ଧାନ ଉପରେ ନିର୍ମିତ ।
-ଋଣ, ଇ-କମର୍ସ, ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଏବଂ ନ୍ୟାୟ, ଲଜିଷ୍ଟିକ୍ସ, ଏମଏସଏମଇ, ସେବା ଯୋଗାଣ ଏବଂ ସହରାଞ୍ଚଳ ଶାସନ କ୍ଷେତ୍ରରେ ଡିପିଆଇ ଆପ୍ଲିକେସନ୍ ର ବିକାଶ ।
ପ୍ରାଥମିକତା ୫: ନଗର ଉନ୍ନୟନ
-୩୦ ଲକ୍ଷ ଜନସଂଖ୍ୟାରୁ ଅଧିକ ୧୪ଟି ବୃହତ ସହରକୁ କାର୍ଯ୍ୟକାରୀ କରିବା ଏବଂ ଅର୍ଥ ଯୋଗାଇବା ପାଇଁ ପରିବହନ ଭିତ୍ତିକ ବିକାଶ ଯୋଜନା ଏବଂ ରଣନୀତି ପ୍ରଣୟନ ।
-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆସନ୍ତା ୫ ବର୍ଷରେ ୨.୨ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା କୁ ମିଶାଇ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସହ ୧ କୋଟି ସହରାଞ୍ଚଳ ଗରିବ ଓ ମଧ୍ୟବିତ୍ତ ପରିବାରର ଆବାସ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।
-ବଛାବଛା ସହରରେ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୧୦୦ଟି ସାପ୍ତାହିକ \’ହାଟ\’ ବା ଷ୍ଟ୍ରିଟ୍ ଫୁଡ୍ ହବ୍ ର ବିକାଶ ପାଇଁ ନୂଆ ଯୋଜନା ।
ପ୍ରାଥମିକତା ୬: ଶକ୍ତି ନିରାପତ୍ତା
-ନିଯୁକ୍ତି, ଅଭିବୃଦ୍ଧି ଏବଂ ପରିବେଶ ନିରନ୍ତରତାର ଜରୁରୀତାକୁ ସନ୍ତୁଳିତ କରିବା ପାଇଁ \’ଶକ୍ତି ପରିବର୍ତ୍ତନ ପଥ\’ ଉପରେ ନୀତି ଦସ୍ତାବିଜ ଅଣାଯିବ ।
-ବିଦ୍ୟୁତ୍ ସଂରକ୍ଷଣ ପାଇଁ ପମ୍ପେଡ୍ ଷ୍ଟୋରେଜ୍ ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ନୀତି ଅଣାଯିବ ।
-ଭାରତ କ୍ଷୁଦ୍ର ମଡ୍ୟୁଲାର ରିଏକ୍ଟରର ଗବେଷଣା ଓ ବିକାଶ ଏବଂ ଆଣବିକ ଶକ୍ତି ପାଇଁ ନୂତନ ଜ୍ଞାନକୌଶଳ ପାଇଁ ସରକାର ଘରୋଇ କ୍ଷେତ୍ର ସହ ଭାଗିଦାରୀ କରିବା ଏବଂ ଭାରତ କ୍ଷୁଦ୍ର ରିଏକ୍ଟର ସ୍ଥାପନ କରିବେ ।
-ଏନଟିପିସି ଓ ବିଏଚ୍ ଏଲ୍ ମଧ୍ୟରେ ମିଳିତ ଉଦ୍ୟୋଗରେ ଆଡଭାନ୍ସଡ୍ ଅଲ୍ଟ୍ରା ସୁପର କ୍ରିଟିକାଲ୍ (ଏୟୁଏସସି) ଟେକ୍ନୋଲୋଜି ବ୍ୟବହାର କରି ୮୦୦ ମେଗାୱାଟ୍ ର ବାଣିଜ୍ୟିକ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି ।
-ବର୍ତ୍ତମାନର \’ପ୍ରଦର୍ଶନ, ହାସଲ ଏବଂ ବାଣିଜ୍ୟ\’ ମୋଡରୁ \’ଭାରତୀୟ କାର୍ବନ ମାର୍କେଟ\’ ମୋଡକୁ ଶିଳ୍ପଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଉପଯୁକ୍ତ ନିୟମ ପ୍ରଣୟନ କରାଯିବ ।
ପ୍ରାଥମିକତା ୭: ଭିତ୍ତିଭୂମି
-ପୁଞ୍ଜି ବ୍ୟୟ ପାଇଁ ୧୧,୧୧,୧ କୋଟି (ଜିଡିପିର ୩.୪%) ଯୋଗାଇ ଦିଆଯିବ ।
-ଭିତ୍ତିଭୂମି ନିବେଶରେ ରାଜ୍ୟମାନଙ୍କୁ ସହାୟତା କରିବା ପାଇଁ ଦୀର୍ଘମିଆଦୀ ସୁଧମୁକ୍ତ ଋଣ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା ।
-୨୫,୦୦୦ ଗ୍ରାମୀଣ ବସ୍ତିକୁ ସର୍ବକାଳୀନ ଯୋଗାଯୋଗ ଯୋଗାଇବା ପାଇଁ ପିଏମଜିଏସୱାଇର ଚତୁର୍ଥ ପର୍ଯ୍ୟାୟ ର ଶୁଭାରମ୍ଭ ।
-ବିହାରରେ କୋସି-ମେଚି ଆନ୍ତଃରାଜ୍ୟ ସଂଯୋଗ ଏବଂ ଅନ୍ୟାନ୍ୟ ଯୋଜନା ଭଳି ପ୍ରକଳ୍ପକୁ ୧୧,୫୦୦ କୋଟି ଟଙ୍କାର ଆର୍ôଥକ ସହାୟତା ।
-ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ସିକ୍କିମରେ ବନ୍ୟା, ଭୂସ୍ଖଳନ ଓ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରକଳ୍ପ ପାଇଁ ସରକାର ସହାୟତା ପ୍ରଦାନ କରିବେ ।
-ବିଷ୍ଣୁପଦ ମନ୍ଦିର କରିଡର, ମହାବୋଧି ମନ୍ଦିର କରିଡର ଏବଂ ରାଜଗିରର ବ୍ୟାପକ ବିକାଶ ।
-ଓଡ଼ିଶାର ମନ୍ଦିର, ସ୍ମାରକୀ, କାରିଗରୀ, ବନ୍ୟପ୍ରାଣୀ ଅଭୟାରଣ୍ୟ, ପ୍ରାକୃତିକ ପରିବେଶ ଓ ପ୍ରାଚୀନ ବେଳାଭୂମିର ବିକାଶ ପାଇଁ ସହାୟତା ।
ପ୍ରାଥମିକତା ୮: ଉଦ୍ଭାବନ, ଗବେଷଣା ଏବଂ ବିକାଶ
-ମୌଳିକ ଗବେଷଣା ଓ ପ୍ରୋଟୋଟାଇପ୍ ବିକାଶ ପାଇଁ ଅନୁସନ୍ଧାନ ଜାତୀୟ ଗବେଷଣା ପାଣ୍ଠି କାର୍ଯ୍ୟକ୍ଷମ ହେବ ।
-ବାଣିଜ୍ୟିକ ସ୍ତରରେ ଘରୋଇ କ୍ଷେତ୍ର ଭିତ୍ତିକ ଗବେଷଣା ଓ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ଆର୍ôଥକ ପୁଲ ।
-ଆସନ୍ତା ୧୦ ବର୍ଷ ମଧ୍ୟରେ ମହାକାଶ ଅର୍ଥନୀତିକୁ ୫ ଗୁଣା ବୃଦ୍ଧି କରିବା ପାଇଁ ୧୦୦୦ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ ଫଣ୍ଡ ପ୍ରତିଷ୍ଠା କରାଯିବ।
ପ୍ରାଥମିକତା ୯: ପରବର୍ତ୍ତୀ ପିଢ଼ିର ସଂସ୍କାର
-ସମସ୍ତ ଜମି ପାଇଁ ୟୁନିକ୍ ଲ୍ୟାଣ୍ଡ ପାର୍ସଲ ଆଇଡେଣ୍ଟିଫିକେସନ୍ ନମ୍ବର (ୟୁଏଲ୍ପିଆଇଏନ୍) ବା ଭୂ-ଆଧାର
-କାଡାଷ୍ଟ୍ରାଲ ମାନଚିତ୍ରର ଡିଜିଟାଇଜେସନ୍
-ସାମ୍ପ୍ରତିକ ମାଲିକାନା ଅନୁଯାୟୀ ମାନଚିତ୍ର ଉପ-ବିଭାଗଗୁଡ଼ିକର ସର୍ବେକ୍ଷଣ
-ଜମି ପଞ୍ଜୀକରଣ ପ୍ରତିଷ୍ଠା
-କୃଷକ ପଞ୍ଜୀକରଣ ସହ ଲିଙ୍କ୍
-ଜିଆଇଏସ୍ ମ୍ୟାପିଂ ସହ ସହରାଞ୍ଚଳର ଜମି ରେକର୍ଡକୁ ଡିଜିଟାଇଜ୍ କରାଯିବ ।
-ଏଭଳି ୱାନ୍ ଷ୍ଟପ୍ ସମାଧାନ ପାଇଁ ଇ-ଶ୍ରମ ପୋର୍ଟାଲ୍କୁ ଅନ୍ୟ ପୋର୍ଟାଲ ସହ ଯୋଡ଼ିବା ।
-ଦ୍ରୁତ ଗତିରେ ପରିବର୍ତ୍ତିତ ଶ୍ରମ ବଜାର, ଦକ୍ଷତା ଆବଶ୍ୟକତା ଏବଂ ଉପଲବ୍ଧ ଚାକିରି ଭୂମିକା ପାଇଁ ଓପନ୍ ଆର୍କିଟେକ୍ଚର ଡାଟାବେସ୍ ।
-ସମ୍ଭାବ୍ୟ ନିଯୁକ୍ତିଦାତା ଏବଂ ଦକ୍ଷତା ପ୍ରଦାନକାରୀଙ୍କ ସହ ଚାକିରି ଆଶାୟୀମାନଙ୍କୁ ସଂଯୋଗ କରିବାର ବ୍ୟବସ୍ଥା ।
-ନାବାଳକଙ୍କ ପାଇଁ ପିତାମାତା ଏବଂ ଅଭିଭାବକଙ୍କ ଯୋଗଦାନ ପାଇଁ ଏକ ଯୋଜନା ଭାବରେ ଏନପିଏସ-ବାତ୍ସଲ୍ୟ ।