ବ୍ୟୁରୋ : ବାଙ୍କୀ ରାଜନୈତିକ ହତ୍ୟାକାଣ୍ଡ ମାମଲାରେ ୯ଜଣଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଲେ କଟକ ଜିଲ୍ଲା ଦୌରାଜଜ । ୨୦୨୦ ଅକ୍ଟୋବର ୨୪ ତାରିଖରେ ହତ୍ୟାକାଣ୍ଡ । ନଣ୍ଡା ଓରଫ ଗୋବିନ୍ଦ ବେହେରାଙ୍କୁ ଅଭିଯୁକ୍ତମାନେ ବୋମା ପକାଇ ଓ ପଥରରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିଲେ । ୧୨ ଜଣ ଅଭିଯୁକ୍ତ ଥିବା ବେଳେ ୨ ବର୍ଷ ପୂର୍ବରୁ ଓ ଜଣେ ଶୁଣାଣି ସମୟରେ ଫେରାର ହୋଇଯାଇଥିଲେ । ତେବେ ୯ ଜଣ ଦୋଷୀଙ୍କୁ ମୃତ୍ୟୁ ପର୍ୟ୍ୟନ୍ତ ଜେଲଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ୬୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଟଙ୍କା ମୃତକଙ୍କ ବିଧବା ପତ୍ନୀଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ କହିଛନ୍ତି ।