16.1 C
Bhubaneswar
Thursday, February 5, 2026
Homeଓଡିଶାଅଟୋ ଓଲଟି ୯ ଜଣ ଆହତ

ଅଟୋ ଓଲଟି ୯ ଜଣ ଆହତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୈଦଲପୁର ଠାରୁ ଡାବୁଗାଁ ଦେଇ ଯାଇଥିବା ଦୟାଗୁଡା ଛକ ନିକଟରେ ଅଟୋ ଓଲଟି ୯ ଜଣ ଆହତ ହୋଇଛନ୍ତି ।  ଆହତମାନଙ୍କୁ  ଚିକିତ୍ସା ଲାଗି ମୈଦଲପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ କିଛି ଲୋକେ ଚନ୍ଦ୍ରପୁର ପଞ୍ଚାୟତ ଟିକ୍ରାପାଲା ଗ୍ରାମରୁ ଏକ ଦଶାହ କାମରେ ମାନିଗାଁ ପଞ୍ଚାୟତ ରାଉଳିଗୁଡା ଯାଉଥିଲେ। ଯାଉଥିବା ସମୟରେ ଦୟାଗୁଡ଼ା ନିକଟରେ ତିନିଟି କୁକୁର ସମ୍ମୁଖକୁ ଆସିବାରୁ ଡ୍ରାଇଭର ଭାରସାମ୍ୟ ହରାଇବା ଫଳରେ ଅଟୋଟି ଚାଷ ଜମି ଭିତରକୁ ଓଲଟି ପଡିଥିଲା । ଫଳରେ  ବସିଥିବା ୧୪ ଜଣ ମଧ୍ୟରୁ ୯ ଜଣ ଆହତ ହୋଇଥିଲେ ।ସ୍ଥାନୀୟ ଲୋକଙ୍କ ସହାୟତାରେ ଏକ ଗାଡ଼ିରେ ଆହତମାନଙ୍କୁ ଚିକିତ୍ସା ଲାଗି ମୈଦଲପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଡାକ୍ତର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking