ଭଦ୍ରକ: କାଳୀପୂଜା ଅବଧି ୯ ଦିନକୁ ବଢାଇବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଚଳିତ ବର୍ଷଠାରୁ ପ୍ରତିବର୍ଷ ୯ ଦିନ ଧରି କାଳୀପୂଜା ଆୟୋଜନ ହେବ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ , ବିଧାୟକ ସୀତାଂଶୁ ମହାପାତ୍ରଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ୧୦ ପୂଜା ମଣ୍ଡପକୁ ୫୦ ହଜାର ଟଙ୍କା ସହାୟତା ପାଇଁ ମନ୍ତ୍ରୀ ଘୋଷଣା କରିଛନ୍ତି ।










