27.1 C
Bhubaneswar
Tuesday, February 24, 2026
Homeଅପରାଧଏୟାରପୋର୍ଟରୁ ୯.୯୫କୋଟି ଟଙ୍କାର ସୁନା ଜବତ: ୯ ଗିରଫ

ଏୟାରପୋର୍ଟରୁ ୯.୯୫କୋଟି ଟଙ୍କାର ସୁନା ଜବତ: ୯ ଗିରଫ

ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ମୁମ୍ବାଇରେ ଡାଇରୋକ୍ଟୋରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସୀ (ଡିଆରଆଇ) ସୁନା ତସ୍କରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ଏହି ରାକେଟରେ ଏୟାରପୋର୍ଟର ଫୁଡ କୋର୍ଟରେ କାର୍ଯ୍ୟରତ ୩ ଜଣ କର୍ମଚାରୀ ମଧ୍ୟ ଅଛନ୍ତି। ଏହି କର୍ମଚାରୀମାନେ ଏୟାରପୋର୍ଟ ଭିତରେ ତସ୍କରଙ୍କଠାରୁ ସୁନା ନେଇଯାଉଥିଲେ ଓ ପରେ ବାହାରକୁ ଆଣି ଦେଉଥିଲେ। ଏ ନେଇ ଡିଆରଆଇକୁ ଗୋପନ ସୂଚନା ମିଳିଥିଲା। ଏଣୁ ଅଧିକାରୀମାନେ କର୍ମଚାରୀଙ୍କ ଉପରେ ନଜର ରଖିବା ଆରମ୍ଭ କରିଦେଇଥିଲେ। ଏହାପରେ କର୍ମଚାରୀଙ୍କୁ ଏୟାରପୋର୍ଟରୁ ସୁନା ବାହାର କରୁଥିବା ବେଳେ ଧରାଯାଇଥିଲା। ଡିଆରଆଇ ଟିମ୍ ସୁନା ପହଞ୍ଚାଉଥିବା ୩ କର୍ମଚାରୀ ଓ ସେମାନଙ୍କଠୁ ରିସିଭ କରୁଥିବା ୩ ଅନ୍ୟ ଲୋକଙ୍କୁ ଗିରଫ କରିଛନ୍ତି। ସେମାନଙ୍କୁ ଏବେ ପଚରା ଉଚରା କରାଯାଉଛି। ଏହି ସୁନାକୁ ୮ଟି ବ୍ୟାଗରେ ଲୁଚାଇ ଅଣାଯାଇଥିଲା। ୨୪ଟି ଅଣ୍ଡାକାର ସୁନା ମୁଣ୍ଡାକୁ ମହମ ଥଳିରେ ଲୁଚା ଯାଇଥିଲା। ଜବତ ସୁନା ୧୨.୫ କେଜି ଓଜନର ହୋଇଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୯.୯୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମାମଲାରେ ସୀମା ଶୁଳ୍କ ଅଧିନିୟମ ୧୯୬୨ରେ ମୋକଦ୍ଦମା ରୁଜୁ ହୋଇଛି। ଗତ ଦୁଇ ଦିନରେ ଡିଆରଆଇ ମୁମ୍ବାଇ ମୋଟ ୩୬ କେଜି ସୁନା ଜବତ କଲେଣି। ଡିଆରଆଇ ଦିନକ ପୂର୍ବରୁ ୧୯.୬ କୋଟି ଟଙ୍କାର ସୁନା ଜବତ କରିଥିଲେ। ଡିଆରଆଇ ଏହି ସୁନା ତସ୍କରୀର ମାଷ୍ଟରମାଇଣ୍ଡକୁ ମଧ୍ୟ ଗିରଫ କରିଛି। ଅଭିଯୁକ୍ତ ଦୀର୍ଘ ସମୟହେଲା ବିଦେଶରୁ ସୁନା ଓ ରୂପା ତସ୍କରି କରିଆସୁଥିଲା। ରାକେଟର ମୁଖିଆଠାରୁ ଡିଆରଆଇ ନଗଦ ୫.୪୦ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ ସୁନା ତସ୍କରୀ ପାଇଁ ତସ୍କର କମର୍ସିଆଲ ଓ ଇଣ୍ଡିଭିଜୁଆଲ ଉପାୟ ଅବଲମ୍ବନ କରୁଛନ୍ତି। ଏଥିରେ ହେଉଥିବା କମର୍ସିଆଲ ତସ୍କରୀକୁ ଧରିବା ଏତେ ଜହଜ ନୁହେଁ। ବଡ ରାକେଟ୍ ଏହି ତସ୍କରୀ କରୁଥିବା ବେଳେ ଏହା ବିମାନ ବନ୍ଦର ଓ ସମୁଦ୍ର ରାସ୍ତାରେ ହୋଇଥାଏ। ତସ୍କର ଥରେ କଷ୍ଟମ ଯାଞ୍ଚରୁ ବର୍ତ୍ତିଗଲେ ସେମାନଙ୍କୁ ଧରିବା କଷ୍ଟକର।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking