19.1 C
Bhubaneswar
Friday, December 26, 2025
Homeଦେଶ ବିଦେଶବାଂଲାଦେଶ ସୀମାରୁ ୯.୬ କିଲୋ ସୁନା,୧୧.୫ ଲକ୍ଷ ନଗଦ ଅର୍ଥ ଜବତ

ବାଂଲାଦେଶ ସୀମାରୁ ୯.୬ କିଲୋ ସୁନା,୧୧.୫ ଲକ୍ଷ ନଗଦ ଅର୍ଥ ଜବତ

କୋଲକତା: ଭାରତ-ବାଂଲାଦେଶ ସୀମାରେ ବିଏସ୍‌ଏଫ୍ ଟିମ୍‌କୁ ଆଜି ଏକ ବଡ ସଫଳତା ମିଳିଛି । ରିପୋର୍ଟ ଅନୁସାରେ ବିଏସ୍‌ଏଫ୍ ଓ ଡିଆର୍‌ଆଇ ପକ୍ଷରୁ କରାଯାଇଥିବା ଏକ ମିଳିତ ଅପରେସନରେ ନଗଦ ୧୧.୫ ଲକ୍ଷ ଟଙ୍କା ଓ ୬.୮୬ କୋଟି ଟଙ୍କା ମୂଲ୍ୟର ୯.୬ କେଜି ଓଜନର ସୁନାକୁ ଜବତ କରାଯାଇଛି । ଏତଦ୍‌ବ୍ୟତୀତ ଏସବୁ ସାମଗ୍ରୀ ଓ ଅର୍ଥକୁ ସୀମାପାର ଚୋରା ଚାଲାଣ କରାଯାଉଥିବା ଅଭିଯୋଗରେ ବିଏସଏଫ୍ ଟିମ୍ ୭ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରିଛି । ପ୍ରକାଶ, ଦକ୍ଷିଣବଙ୍ଗ ସୀମାନ୍ତ ଅନ୍ତର୍ଗତ ନଦିଆ ଜିଲ୍ଲାରେ ମୁତୟନ ହୋଇଥିବା ୬୮ ବାଟାଲିୟନର ବିଏସ୍‌ଏଫ୍ ଯବାନମାନେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ସହ ଏହି ମିଳିତ ଅପରେସନ କରିଥିଲେ । ଏହି ଅଞ୍ଚଳରେ ବ୍ୟାପକ କଳାବଜାରୀ ଓ ଚୋରାଚାଲାଣ୍ ହେଉଥିବା ନେଇ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏହି ଅପରେସନ ସମୟରେ ସୁରକ୍ଷା ବାହିନୀ ସୀମାନଗରରୁ କ୍ରମାଗତ ୭ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ସୁରକ୍ଷା ବାହିନୀ ସେମାନଙ୍କ ନିକଟରୁ ୧୬ଟି ସୁନା ଇଟା ଓ ୯.୫୭୨ କେଜି ଓଜନର ଗୋଟିଏ ସୁନା ବିସ୍କୁଟ ଓ ନଗଦ ୧୧,୫୮,୫୦୦ ଟଙ୍କା ଏବଂ ସୁନା ଡେଲିଭରିରେ ବ୍ୟବହୃତ ଏକ ମାରୁତି ଇକୋ କାର୍ ଜବତ କରିଛି । ଜବତ ସୁନାର ମୋଟ ଆନୁମାନିକ ମୂଲ୍ୟ ୬,୮୬,୨୩,୫୮୨ ଟଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking