18.1 C
Bhubaneswar
Thursday, February 5, 2026
Homeଓଡିଶାଚଉଷଠି ଯୋଗିନୀ ମନ୍ଦିର ପାଇଁ ୮୮କୋଟି

ଚଉଷଠି ଯୋଗିନୀ ମନ୍ଦିର ପାଇଁ ୮୮କୋଟି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ରାଣୀପୁର ଝରିଆଲ ସ୍ଥିତ ପ୍ରସିଦ୍ଧ ଚଉଷଠି ଯୋଗିନୀ ମନ୍ଦିର ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ୮୭କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା ଘୋଷଣା କରିଛନ୍ତି। ଏହି ଟଙ୍କାରେ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କରାଯିବ।

ପ୍ରକାଶ ଯେ ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ସୋମବାରଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗସ୍ତ କରିଥିଲେ। ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ମନ୍ତ୍ରୀ ପରିଡ଼ା ସୋମେଶ୍ୱର ମହାଦେବଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ। ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀ ପୂଜା କାର୍ଯ୍ୟ କରିବା ସହ ପୀଠର ସୁବିଧା ଅସୁବିଧା ବିଷୟରେ କହିଥିଲେ। ପରେ ବ୍ଲକ ପ୍ରଶାସନ ତରଫରୁ କରାଯାଇଥିବା ବୈଠକରେ ପ୍ରସ୍ତୁତ ହୋଇଥିବା ଡିପିଆର ବିଷୟରେ ଏଲଇଡି ମାଧ୍ୟମରେ ଦେଖାଇଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଚଉଷଠି ଯୋଗିନୀ ମନ୍ଦିର ପାଇ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କା ପ୍ରଥମ ପର୍ଯ୍ୟାୟରେ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking