ତେଲେଙ୍ଗାନା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବସ୍ତର ଗସ୍ତ ସମୟରେ ନକ୍ସଲ ବିରୋଧୀ ଅଭିଯାନକୁ ମିଳିଛି ବଡ ସଫଳତା । ତେଲେଙ୍ଗାନାର ଭଦ୍ରାଦି କୋତାଗୁଡେମଠାରେ ଆତ୍ମସମର୍ପଣ କରିଛନ୍ତି ଛତିଶଗଡ କ୍ୟାଡରର ୮୬ ଜଣ ନକ୍ସଲ । ଏମାନଙ୍କ ମଧ୍ୟରେ ଅଛନ୍ତି ୬୬ ପୁରୁଷ ଓ ୨୦ ମହିଳା ନକ୍ସଲ । ଏହି ଘଟଣା ନକ୍ସଲ ମୋର୍ଚ୍ଚା ପରେ ସୁରକ୍ଷା ବଳ ଓ ସରକାରଙ୍କ ରଣନୀତିକୁ ଶକ୍ତି ଯୋଗାଇବ ବୋଲି କୁହାଯାଉଛି ।ସୂଚନା ଅନୁସାରେ , ଏ ସମସ୍ତ ନକ୍ସଲ ଭଦ୍ରାଦି କୋତାଗୁଡେମ ମଲ୍ଟି ଜୋନ୍-୧ର ଆଇଜି ଚନ୍ଦ୍ରଶେଖାର ରେଡ୍ଡୀଙ୍କ ପାଖରେ ହେମଚନ୍ଦ୍ରପୁରମ୍ ସ୍ଥିତ ପୋଲିସ ମୁଖ୍ୟାଳୟରେ ହତିଆର ସହ ଆତ୍ମସମର୍ପଣ କରିଛନ୍ତି । ଏହି ନକ୍ସଲମାନେ ଦୀର୍ଘ ଦିନରୁ ଛତିଶଗଡ ବିଜାପୁର, ସୁକମା ଓ ଦାନ୍ତେୱାଡାରେ ନକ୍ସଲ ଅପରେସନରେ ସକ୍ରିୟ ଥିଲେ । ତେବେ ତେଲେଙ୍ଗାନା ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ନକ୍ସଲ ବିରୋଧୀ ଅଭିଯାନ ’ ଚେୟୁଥା’ ଅପରେସନ୍ ସମୟରେ ସରକ୍ଷା ବଳକୁ ଏଭଳି ସଫଳତା ମିଳିଛି ।