ଭୁବନେଶ୍ୱର: ରାଜ୍ୟରେ ୧୦ ବର୍ଷେରେ ମଲେଣି ୮୫୭ ହାତୀ। ସେଥିମଧ୍ୟରୁ ୩୦୫ ହାତୀଙ୍କର ରୋଗରେ ମୃତ୍ୟୁ ହୋଇଛି । ୧୪୯ ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଂ କରିଛନ୍ତି । ପ୍ରାକୃତିକ କାରଣରୁ ୨୨୯ ହାତୀଙ୍କର ମୃତ୍ୟୁ ଘଟିଛି । ଶିକାରୀଙ୍କ ଦ୍ୱାରା ୩୦ ହାତୀ ମୃତ୍ୟୁ କରିଥିବା ବେଳେ , ରେଳ ଦୁର୍ଘଟଣାରେ ୨୯ ହାତୀ ମୃତ୍ୟୁ ବରଣ କରିଛନ୍ତି । ପ୍ରତି ହିଂସା ଦ୍ୱାରା ୧୬ ହାତୀଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ୨୦୨୪ ନଭେମ୍ବର ସୁଦ୍ଧା ହାତୀସଂଖ୍ୟା ୨୧୦୩ । ୧୦୨୫ ରେ ରାଜ୍ୟରେ ୧୯୫୪ ହାତୀ । ୨୦୧୭ ରେ ସଂଖ୍ୟା ବଢି ୧୯୭୬ ରେ ପହଞ୍ଚିଥିଲା । ୨୦୨୪ ରେ ହାତିସଂଖ୍ୟା ବଢି ୨୦୯୮ ରେ ପହଞ୍ଚିଲା ଏ ନେଇ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ସୂଚନା ରଖିଛନ୍ତି ।










