18.1 C
Bhubaneswar
Monday, December 22, 2025
Homeଦେଶ ବିଦେଶ୮୫ ଆଇପିଏସ ଅଫିସରଙ୍କୁ କେନ୍ଦ୍ରୀୟ ଆଇଜି ରାଙ୍କ

୮୫ ଆଇପିଏସ ଅଫିସରଙ୍କୁ କେନ୍ଦ୍ରୀୟ ଆଇଜି ରାଙ୍କ

ନୂଆଦିଲ୍ଲୀ: ସର୍ବଭାରତୀୟସ୍ତରରେ ୧୯୯୮ରୁ ୨୦୦୭ ବ୍ୟାଚ୍ ମଧ୍ୟରେ ୮୫ଜଣ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଆଇଜି ରାଙ୍କ ପ୍ରଦାନ କରାଯାଇଛି। ଏହି ତାଲିକାରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଆଇପିଏସ୍ ସ୍ଥାନ ପାଇଛନ୍ତି। ସେମାନେ ହେଲେ ୧୯୯୮ ବ୍ୟାଚ୍‌ର ଆଇପିଏସ୍ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍‌ର ଆଇପିଏସ୍ ଅନୁପ କୁମାର ସାହୁ। ରାଜେଶ କୁମାର ଏବେ ସ୍ପେସିଆଲ ଆର୍ମଡ୍ ପୁଲିସ (ଏସଏପି)ର ଅତିରିକ୍ତ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ। ନିଜର କାର୍ଯ୍ୟ ଓ ଦକ୍ଷତା ବଳରେ ସେ ଏସ୍‌ଏପିକୁ ସୁଦୃଢ଼ କରିପାରିଛନ୍ତି। ସେହିପରି ଅନୁପ କୁମାର ସାହୁ ବର୍ତ୍ତମାନ୍ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ଆଇଜିପି ଟ୍ରେନିଂ ଭାବରେ କାର୍ଯ୍ୟରତ। ତାଙ୍କର ବି କାର୍ଯ୍ୟ ଦକ୍ଷତା ଅଧିକ। ଏହି ଦୁଇ ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ କିମ୍ବା ସେହି ସମକକ୍ଷ ପଦବୀ ପାଇଁ ଚୟନ କରାଯାଇଥିବାରୁ ଏମାନଙ୍କ ଅଭିଜ୍ଞତା ବଢ଼ିବା ସହ ଜାତୀୟ ଆଇନ ପ୍ରବର୍ତ୍ତନ ପ୍ରୟାସକୁ ଆହୁରି ମଜଭୁତ କରିବ ବୋଲି ଆଶା ପ୍ରକାଶ କରାଯାଉଛି। ପରେ ଓଡ଼ିଶା ଫେରିଲେ ପୁଲିସ ଢାଞ୍ଚାକୁ ଉନ୍ନତ କରି ଗଢ଼ିବାରେ ନିଶ୍ଚିତ ଭାବରେ ସାହାଯ୍ୟ କରିବେ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking