26.1 C
Bhubaneswar
Wednesday, March 18, 2026
Homeଓଡିଶାପାଞ୍ଚ ବର୍ଷରେ ରାଜ୍ୟରେ ୮୪୯୩ ଜଳବୁଡି ମୃତ୍ୟୁ

ପାଞ୍ଚ ବର୍ଷରେ ରାଜ୍ୟରେ ୮୪୯୩ ଜଳବୁଡି ମୃତ୍ୟୁ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଗତ ୫ବର୍ଷ ମଧ୍ୟରେ ୮୪୯୩ ଟି ଜଳବୁଡି ଜନିତ ମୃତ୍ୟୁ ଘଟିଛି ଏବଂ ଏଥିରେ ଝାରସୁଗୁଡା ଜିଲ୍ଲାରେ ୧୭୪ଟି ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଜଳରେ ବୁଡି ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ସରକାର ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ଲକ୍ଷ ଟଙ୍କା କରି ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରୁଛନ୍ତି । ଜଳ ବୁଡିର ପ୍ରତିକାର ସମ୍ବନ୍ଧରେ ଓସ୍‍ଡମା ଦ୍ୱାରା ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ଓଡ୍ରାଫ, ଏନ୍‍ଡିଆରଏଫ୍‍ ଓ ଅଗ୍ନିଶମବାହିନୀ ଫାମେକ୍ସ, କ୍ୟାପ ପ୍ରୋଗ୍ରାମ ଓ ବିଦ୍ୟାଳୟ ସୁରକ୍ଷା ଯୋଜନାରେ ଜଳ ବୁଡିରୁ ରକ୍ଷା, ସଚେତନତା ଓ ଉଦ୍ଧାର କୌଶଳ ବିଷୟରେ ସ୍ୱେଚ୍ଛାସେବୀ ଓ ସ୍କୁଲ ପିଲାମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking