27.1 C
Bhubaneswar
Friday, March 14, 2025
Homeଓଡିଶାଇ-କେୱାସି ପରେ ରାଜ୍ୟରେ ବାଦପଡ଼ିଲେ ୮୪,୭୫୭ ଅଯୋଗ୍ୟ ହିତାଧିକାରୀ

ଇ-କେୱାସି ପରେ ରାଜ୍ୟରେ ବାଦପଡ଼ିଲେ ୮୪,୭୫୭ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: ଇ-କେୱାସି ପରେ ରାଜ୍ୟରେ ବାଦପଡ଼ିଲେ ୮୪,୭୫୭ ଅଯୋଗ୍ୟ ହିତାଧିକାରୀ । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପାତ୍ର ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ଏଯାବତ ମୋଟ ୨୨ ହଜାର ୨୯୩ ଅଯୋଗ୍ୟ ରାସନକାର୍ଡ ଚିହ୍ନଟ ହୋଇଛି । କଟକରୁ ସର୍ବାଧିକ ୨୫୫୪ଟି କାର୍ଡ କଟିଛି । ସେହିପରି ବାଲେଶ୍ୱରରେ ୧୪୩୬, ନୟାଗଡ଼ରେ ୧୬୧୮, ଖୋର୍ଦ୍ଧାରେ ୧୩୪୫ଟି କାର୍ଡ କଟିଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ନୂଆ ସରକାର ଆସିବା ପରେ ଯାଞ୍ଚ କରାଯାଇ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରାଯିବା ସହ ସେମାନଙ୍କ କାର୍ଡକୁ ବାତିଲ କରାଯାଇଛି। ଅନ୍ୟପଟେ ହଜାର ହଜାର ପ୍ରକୃତ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ସମସ୍ୟାରେ ସବୁଠୁ ଆଗରେ ଅଛି ଅନୁଗୁଳ ଜିଲ୍ଲା ଯେଉଁଠି ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡରୁ ବଞ୍ଚିତ ହୋଇ ରହିଛନ୍ତି । ଏହାପରେ ରହିଛି ବାଲେଶ୍ବର ଓ ବରଗଡ ଜିଲ୍ଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking