24.1 C
Bhubaneswar
Monday, February 23, 2026
Homeଓଡିଶାସୁଭଦ୍ରାରେ ପୁଣି ଯୋଡ଼ିହେଲେ ୮ ହଜାର ମହିଳା

ସୁଭଦ୍ରାରେ ପୁଣି ଯୋଡ଼ିହେଲେ ୮ ହଜାର ମହିଳା

ଭୁବନେଶ୍ୱର:ଭୁଲରେ ବାଦ୍‌ ପଡ଼ିଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନା ସହିତ ପୁଣି ଯୋଡ଼ି ହୋଇପାରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (ଅପ୍ଟ ଇନ୍‌) ସୁବିଧା ଉପଲବ୍ଧ କରାଯାଇଛି। ଏହାଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ୍‌ (ଅପ୍ଟ ଆଉଟ୍‌) ପକାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ। ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ସୁବିଧା ଉପଲବ୍ଧ ହେବା ପରେ ଏପର୍ୟ୍ୟନ୍ତ ପ୍ରାୟ ୮ ହଜାରରୁ ଅଧିକ ଆବେଦନକାରୀ ସୁଭଦ୍ରାରେ ପୁନଃ ସାମିଲ ହୋଇସାରିଛନ୍ତି। ଯେଉଁମାନଙ୍କର ଭୁଲରେ ନାମ ବାଦ୍‌ (ଅପ୍ଟ ଆଉଟ୍‌) ହୋଇଯାଇଥିଲା, ସେମାନେ ଏହାର ସୁବିଧା ନେବାକୁ ମହିଳା ଏବଂ ଶିଶୁ ବିକାଶ ବିଭାଗ ତରଫରୁ ସୂଚନା ଦିଆଯାଇଛି।

ସେହିପରି ଖୁବ୍‌ଶୀଘ୍ର ଚତୁର୍ଥ ପର୍ୟ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଏବେ ମଧ୍ୟ ୨ ଲକ୍ଷରୁ ଊର୍ଦ୍ଧ୍ୱ ଆବେଦନକାରୀ ସେମାନଙ୍କର ଇ-କେୱାସି କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି। ତେଣୁ ସେମାନେ ଯୋଗ୍ୟବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ। ତୁରନ୍ତ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ର ବା ‘ମୋ ସେବା କେନ୍ଦ୍ର’କୁ ଯାଇ ବାୟୋମେଟ୍ରିକ୍‌ ପଦ୍ଧତିରେ ନିଜର ଇ-କେୱାସି କରିନେବାକୁ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ସୂଚନାଯୋଗ୍ୟ, ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ୨୦୨୪ ସେପ୍ଟେମ୍ବର ୧୭ ରେ ପ୍ରଥମ ପର୍ୟ୍ୟାୟରେ ମହିଳାମାନଙ୍କର ଆକାଉଣ୍ଟକୁ ଟଙ୍କା ଦେବା ଆରମ୍ଭ କରିଥିଲେ। ସେହିଦିନଠାରୁ ଏପର୍ୟ୍ୟନ୍ତ ୩ଟି ପର୍ୟ୍ୟାୟରେ ଟଙ୍କା ଦେଇ ସାରିଛନ୍ତି। ମାର୍ଚ୍ଚ ୮ ତାରିଖ ପର୍ୟ୍ୟନ୍ତ ପ୍ରଥମ କିସ୍ତିର ଟଙ୍କା ଦେବାକୁ ନିର୍ଦ୍ଧାରଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking