25.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶ୧୫ଟି ନକଲି ଆପ୍ସରେ ୮୦ ଲକ୍ଷ ଲୋକ ପ୍ରଭାବିତ

୧୫ଟି ନକଲି ଆପ୍ସରେ ୮୦ ଲକ୍ଷ ଲୋକ ପ୍ରଭାବିତ

ନୂଆଦିଲ୍ଲୀ :ମ୍ୟାକାଫିର ଏକ ରିପୋର୍ଟ ଅନୁସାରେ, ନକଲ ଆପ୍ସ ଡାଉନଲୋଡ୍ କରିବାରେ ଭାରତ ପ୍ରଥମ ସ୍ଥାନରେ ରହିଛି। ଗତ କିଛି ମାସ ଧରି, ଅନେକ ଲୋକ ଅଜାଣତାରେ ଏମିତି ଆପ୍ସ ଡାଉନଲୋଡ୍ କରିଛନ୍ତି ।ଯେଉଁ ଆପ ଗୁଡିକ ଋଣ ପ୍ରଦାନ କରିବାର ଭରସା ଦେଇଥାଏ, କିନ୍ତୁ ପ୍ରକୃତରେ ଏଭଳି ନହୋଇ ଲୋକମାନେ ଠକେଇର ଶିକାର ହୋଇଥାନ୍ତି । ଏହି ନକଲ ଋଣ ଆପ୍ସ ଆପଣଙ୍କ ବ୍ୟକ୍ତିଗତ ସୂଚନା ଏବଂ ବ୍ୟାଙ୍କ ତଥ୍ୟ ଚୋରି କରିପାରେ, ଯାହା ଆପଣଙ୍କୁ ଠକାମିରେ ପକାଇପାରେ। ମ୍ୟାକାଫି ୧୫ଟି ବିଶେଷ ନକଲ ଋଣ ଆପ୍ସ ସହିତ ପରିଚୟ କରାଇଛି, ଯାହାକୁ ପ୍ରାୟ ୮୦ ଲକ୍ଷ ବ୍ୟବହାରକାରୀ ଡାଉନଲୋଡ୍ କରିଛନ୍ତି। ମୁଖ୍ୟତଃ ଗୁଗୁଲ ପ୍ଲେ ଷ୍ଟୋର୍ ଠାରୁ କିଛି ଆପ୍ସ ହଟାଇ ଦିଆଯାଇଛି, କିନ୍ତୁ ଅନେକ ବ୍ୟବହାରକାରୀ ଏଗୁଡିକୁ ତାଙ୍କ ଫୋନ୍‌ରେ ରଖିଛନ୍ତି। ଏହା ବିପଦ ଏବଂ ଏଥିରୁ କିପରି ରକ୍ଷା ପାଇବା ଆବଶ୍ୟକ, ସେଥିପାଇଁ ସଚେତନ ହେବା ଅତି ଆବଶ୍ୟକ।ଏହି ନକଲ ଋଣ ଆପ୍ସ ଅପରିଚିତ ଭାବରେ ଅନେକ ପରମିଶନ୍ ଚାହିଁଥାଏ, ଯେପରିକି ଆପଣଙ୍କ ଫୋନ୍ କଲ୍, ମେସେଜ୍, କ୍ୟାମେରା, ମାଇକ୍ରୋଫୋନ୍, ଏବଂ ଲୋକେସନ୍ ଆକ୍ସେସ୍ କରିବାର ଅନୁମତି । ଏହାକୁ ଲୋକେ ଋଣ ପାଇବାର ଲୋଭରେ ଡାଉନଲୋଡ କରିଦିଆନ୍ତି, କିନ୍ତୁ ଏହାର ଫଳ ଅନୁମାନ କରିପାରୁନାହାନ୍ତି ଆଗକୁ କଣ ହେବ । ଏମିତି ପରିସ୍ଥିତିରେ, ଏହି ଆପ୍ସ ଆପଣଙ୍କ ଜୀବନ୍ତ ତଥ୍ୟ ଯେପରିକି ବ୍ୟାଙ୍କିଂ ପାଇଁ ଆବଶ୍ୟକ ଓଟିପି ଇତ୍ୟାଦି ସହଜରେ ଚୋରି କରିପାରେ।

ଏହି ଆପ୍ସଗୁଡିକ ବିପଦପୂର୍ଣ୍ଣ କାହିଁକି ?
ଏହି ଆପ୍ସ ଗୁଡିକ ଗୁଗୁଲର ସୁରକ୍ଷା ରହିବା ପାଇଁ ବିଶେଷ ପ୍ରକାରର ଡିଜାଇନ୍ କରାଯାଇଛି, ଯାହା ଫଳରେ ଏଗୁଡିକ ଖତରନାକ ହୋଇଥିଲେ ସମେତ ଗୁଗୁଲ ପ୍ଲେ ଷ୍ଟୋର୍ ରେ ଦେଖାଯାଉଛି। ବ୍ୟବହାରକାରୀମାନେ ଏହା ଦ୍ୱାରା ନିଜସ୍ତ ଫଟୋ ମାନେକୁ ହ୍ୟାକ୍ କରାଯାଇଥିବା ତଥା ଧମକ ମିଳୁଥିବା ବିଷୟରେ ଅଭିଯୋଗ କରିଛନ୍ତି।
ଯଦି ଆପଣଙ୍କ ଫୋନ୍‌ରେ ଏହି ୧୫ଟି ନକଲ ଆପ୍ସ ମଧ୍ୟରୁ କୌଣସି ଏକ ରଖିଛନ୍ତି ବୋଲି ସନ୍ଦେହ କରନ୍ତି, ତେବେ ତତ୍କ୍ଷଣାତ୍ ସେଗୁଡିକୁ ଡିଲିଟ୍ କରନ୍ତୁ ଏବଂ ଠକେଇରୁ ରକ୍ଷା ପାଇବାକୁ ପ୍ରସ୍ତୁତ ହୁଅନ୍ତୁ ।

(୧ ) ପ୍ରେସ୍ଟାମୋ ସେଗୁରୋ- ରାପିଡୋ , ସେଗୁରୋ
(୨) ପ୍ରେସ୍ଟାମୋ ରାପିଡୋ – କ୍ରେଡିଟ ଇଜି
(୩) ଗେଟ ବାଟ୍ ଇଜି – ଫାଷ୍ଟ ଲୋନ
(୪)  ରୁପିଆନ କିଲାଟ – ଦନା କେଇର
(୫) ବରୋ ହାପିଲି – ଲୋନ
(୬) ମନି ଇଜ ହାପି – ଲୋନ୍ସ ଆର ଅରଜେଣ୍ଟ
(୭)କ୍ରେଡିଟକୁ – ଉଆଙ୍ଗ ଅନଲାଇନ
(୮) ଦାନା କିଲାଟ – ପିଞ୍ଜାମେନ କେସିଲ
(୯ )କ୍ୟାସ ଲୋନ – ବେ ଟେନ
(୧୦) ରାପିଡ ଫିନାନ୍ସ
(୧୧)ପ୍ରେଟପୋରଭୋସ
(୧୨) ହୁଆଇନା ମନି
(୧୩) ଆଇପ୍ରେସ୍ଟାମୋସ : ରାପିଡୋ
(୧୪) କନ୍ସେଗୁଇରସୋଲ – ଡିନେରୋ ରାପିଡୋ
(୧୫ )ଇକୋପ୍ରେଟ ପ୍ରେଟ ଏନ ଲାଇନ
ଗୁଗୁଲ ଅନଲାଇନ୍ ଠକେଇ ଏବଂ ସାଇବର ଠକେଇର ବୃଦ୍ଧି ବିଷୟରେ ସତର୍କ କରିଛି। ଯେପରିକି ପ୍ରଯୁକ୍ତି ଆଗକୁ ବଢ଼ୁଛି, ଠକେଇବାଜମାନେ ଲୋକଙ୍କ ହାତରେ ଟଙ୍କା ଠକିବାର ସହଜ ଉପାୟ ମିଳୁଛି। ସେମାନେ ସାଧାରଣତଃ ମଫତ ସାମଗ୍ରୀ ଦେବା ବିନିୟୋଗ ଅବସର ଦେଖାଇ ଠକେଇ କରୁଛନ୍ତି। ଦୁଃଖର ବିଷୟ ହେଉଛି ଅନେକ ଲୋକ ଏହି ଠକେଇର ଶିକାର ହେଉଛନ୍ତି । ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ, ଗୁଗୁଲର ଟ୍ରଷ୍ଟ ଏଣ୍ଡ ସେଫଟି ଟିମ୍ ୫ଟି ନୂଆ ଅନଲାଇନ୍ ଠକେଇ ଟ୍ରେଣ୍ଡ ଚିହ୍ନଟ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking