31.1 C
Bhubaneswar
Monday, June 2, 2025
Homeଓଡିଶା୮ ବର୍ଷର ନାବାଳିକାକୁ ଦୁଷ୍କର୍ମ

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ

ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା  । ନାବାଳିକାକୁ ଦୁଷ୍କର୍ମ କରି ଆତ୍ମହତ୍ୟା ଉଦ୍ୟମ କଲା ଅଭିଯୁକ୍ତ । ଗତକାଲି ରାତିରେ ରାଉରକେଲା ପ୍ଲାଣ୍ଟସାଇଟ୍ ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଜଣେ ୨୫ ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିଲା । ଏହା ପରେ ପୋଲିସ ଭୟରେ ତିନି ମହଲା ଛାତରୁ ଡେଇଁ ପଡିଛି ଅଭିଯୁକ୍ତ । ତେବେ ତଳେ ଏକ ଚାରି ଚକିଆ ଗାଡ଼ି ଥିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛି ଅଭିଯୁକ୍ତ ଜଣକ ।ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ଲାଣ୍ଟସାଇଡ଼ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ସୁସ୍ଥ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୋଲିସ l ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking