21.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶ୮ ବର୍ଷ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

୮ ବର୍ଷ ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଲୀ: ରାଜସ୍ଥାନର ହନୁମାନଗଢରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଜଣେ ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଝିଅଟିକୁ ମାରି ବସ୍ତାରେ ଲୁଚାଇ ଦେଇଥିଲା। ମୃତଦେହକୁ ଲୁଚାଇବା ପରେ ଅଭିଯୁକ୍ତ ନିଜେ ଝିଅକୁ ତା’ ପରିବାର ଲୋକଙ୍କ ସହ ଖୋଜୁଥିଲା। ଏହାରି ମଧ୍ୟରେ ସେ ସୁଯୋଗ ଖୋଜୁଥିଲା ଯେମିତି ସେ ଶବକୁ ନେଇ ଫୋପାଡିବ। ଅଭିଯୁକ୍ତ ଜଣକ ମୃତଦେହକୁ ନେଇ ଫୋପାଡିବାକୁ ଟ୍ରକରେ ନେଉଥିଲା, ସେଠାରେ ପୋଲିସ ପହଞ୍ଚିଗଲା। ନାବାଳିକାର ମୃତଦେହକୁ ପୋଲିସ ଉକ୍ତ ଟ୍ରକରୁ ଉଦ୍ଧାର କରିଥିଲା ଏବଂ ଅଭିଯୁକ୍ତକୁ ଗିରଫ କରିଥିଲା। ପୋଲିସ ବର୍ତ୍ତମାନ ଯୁବକକୁ ହେପାଜତରେ ନେଇ ତାକୁ ପଚରାଉଚରା କରୁଛି। ଏହି ଅପରାଧ ପାଇଁ ଯୁବକଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ପୀଡିତାଙ୍କ ପରିବାର। ଯୁବକ ନିଜେ ଏହି କଥାର ସ୍ୱୀକାର କରି କହିଛି ଯେ, ଏହି ୮ ବର୍ଷର ଝିଅ ସହ ସେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଝିଅଟି ଚେତାଶୂନ୍ୟ ହୋଇପଡ଼ିଥିଲା। ଏହାପରେ ଯୁବକ ଜଣକ ଝିଅଟିର ଗଳା ଚିପି ହତ୍ୟା କରିଥିଲା, ପରେ ତାକୁ ଏକ ବସ୍ତାରେ ଭର୍ତ୍ତି କରି ଲୁଚାଇ ରଖିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking