ଭୁବନେଶ୍ୱର: ନିଆଁ ଆଁରେ ଜଙ୍ଗଲ । ୨ ବର୍ଷରେ ଜଳିଗଲାଣି ୮ ହଜାର ହେକ୍ଟର ଜଙ୍ଗଲ । ମୋଟ ୮ ହଜାର ୬ ଶହ ୭୬ ହେକ୍ଟର ଜଙ୍ଗଲ ନିଆଁରେ କ୍ଷତିଗ୍ରସ୍ତ ହୋଇଛି । ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ । ସ୍ୱାଭାବିକ ଚାଲିଛି ପ୍ରଶ୍ନକାଳ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ ।










