ଭୁବନେଶ୍ୱର: ୩୭ ଲକ୍ଷରୁ ଅଧିକ ମେଟ୍ରିକ୍ ଟନ ଧାନ କିଣିଲେଣି ସରକାର । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ଗତକାଲି ସୁଦ୍ଧା ୩୭ ଲକ୍ଷ ୯୧ ହଜାର ୨୨୫ ମେଟ୍ରିକ ଟନ୍ ଧାନ କିଣା ସରିଲାଣି । ୮ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ଯାଇଛି । ଧାନ କିଣା ସୁରୁଖୁରୁରେ ଚାଲିଛି, କୌଣସି ବାଧା ନାହିଁ । ଅନ୍ୟପଟେ, ନବ ନିର୍ମାଣ କୃଷକ ସଂଗଠନ ଓଡିଶା ବନ୍ଦ ଡାକରା ଦେଇଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ ଓଡିଶା ବନ୍ଦ ଡାକରା ସୁପର ଫ୍ଲପ୍ ହୋଇଛି । କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରିଲେ ନାହିଁ । ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି । ରାଜରାସ୍ତାକୁ ବାହାରି ନାହାନ୍ତି ଚାଷୀ । ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତ, ସେଥିରୁ କ୍ଷାନ୍ତ ରୁହନ୍ତୁ ।










