ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବିଷ୍ୟତ ପାଇଁ ଦକ୍ଷତା ବିକାଶ କ୍ଷେତ୍ରରେ ୮ଟି ପ୍ରକଳ୍ପ ଉପରେ ଏମଓୟୁ ସ୍ୱାକ୍ଷର ହୋଇଛି । ସିଙ୍ଗାପୁରସ୍ଥିତ ଆଇଆଇଟି ଏଜୁକେସନ ସର୍ଭିସେସ ସହ ବୁଝାମଣା ହୋଇଛି । ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେ ଗବେଷଣା ବଢାଯିବ । ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନିଭରସିଟି ସହ ତ୍ରିପାକ୍ଷିକ ଏମଓୟୁ ସ୍ୱାକ୍ଷର ହୋଇଛି । ରାଜ୍ୟ ଶକ୍ତି ବିଭାଗ, ଆଇଆଇଟି ଭୁବନେଶ୍ୱର ଏମଓୟୁ ସ୍ୱାକ୍ଷର କଲା । ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଛି । ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପର ଏମଓୟୁ ସ୍ୱାକ୍ଷର ହୋଇଛି । ଏହିପରିପ୍ରେକ୍ଷିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଆହୁରି ଏମଓୟୁ ହୋଇପାରେ । ସମ୍ଭାବନାର ଓଡିଶା ନୂଆ ଓଡିଶା ହେବାକୁ ଯାଉଛି । ୨୦୨୪ ନଭେମ୍ବରରେ ଆମେ ସିଙ୍ଗାପୁର ଯାଇଥିଲୁ । ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଆସିବା ପାଇଁ ନିମନ୍ତ୍ରଣ କରିଥିଲୁ ।