ଆସାମ: ଟ୍ରେନ ଧକ୍କାରେ ୮ ହାତୀ ମୃତ । ସାଇରଙ୍ଗ- ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ହାତୀକୁ ଧକ୍କା ଦେଇଛି । ଆସାମର ହୋଜାଇ ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁଃଖଦ ଘଟଣା ଘଟିଛି । ହାତୀପଲ ରେଲୱେ ଟ୍ରାକ ପାର ହେଉଥିବା ବେଳେ ଧକ୍କା ଦେଇଥିଲା ଏକ୍ସପ୍ରେସ ଟ୍ରେନ । ଦୁର୍ଘଟଣା ପରେ ସୂଚନା ମିଳିଛି ଟ୍ରେନର ୫ଟି ବଗି ଲାଇଚ୍ୟୁତ ହୋଇଯାଇଛି । ଏବେ ସବୁଠୁ ବଡ କଥା ଯେ ଟ୍ରେନରେ ଥିବା କୌଣସି ଯାତ୍ରୀଙ୍କ ମୃତାହତ ନଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଗୋଟିଏ ଛୁଆ ହାତୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଗୌହାଟୀ ଠାରୁ ୧୨୬ କିଲୋ ମିଟର ଦୂରରେ ହୋଇଛି ଏହି ଦୁର୍ଘଟଣା । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ରିଲିଫ ଓ ଉଦ୍ଧାର ବାହିନୀ ଟିମ ।ଲାଇନଚ୍ୟୁତ ହେବା ଏବଂ ହାତୀଙ୍କ ଶରୀରର ଅଂଶ ଟ୍ରାକରେ ବିଛାଡ଼ି ପଡ଼ିବା ଯୋଗୁଁ ଉପର ଆସାମ ଏବଂ ଉତ୍ତର-ପୂର୍ବର ଅନ୍ୟାନ୍ୟ ଅଞ୍ଚଳକୁ ଟ୍ରେନ୍ ସେବା ପ୍ରଭାବିତ ହୋଇଛି।










