ଭୁବନେଶ୍ୱର: ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ‘ବାତ୍ୟା’ ସମୀକ୍ଷା। ଏସଆରସିଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ଏହି ସମୟରେ ୮ ଜିଲ୍ଲା ରେଡ୍ ଜୋନ୍ରେ ରହିଛି କହିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏହା ସହ ସେ କହିଛନ୍ତି ଯେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ରେଡ୍ ଜୋନରେ ରହିଛି। ନବରଙ୍ଗପୁର, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ରେଡ୍ ଜୋନରେ ରହିଛି। ଏହା ବ୍ୟତୀତ ଖୋର୍ଦ୍ଧା, ପୁରୀ, ନୟାଗଡ଼ ପରି ଜିଲ୍ଲା ପ୍ରଭାବିତ ହୋଇପାରେ। ଭଦ୍ରକ, ଜଗତସିଂହପୁର ମଧ୍ୟ ପ୍ରଭାବିତ ହୋଇପାରେ। କେବଳ ରେଡ୍ ନୁହେଁ, ସମସ୍ତ ପ୍ରକାର ୱାର୍ଣ୍ଣିଂ ପାଇଁ ସଜାଗ କରୁଛୁ।










