ଭୁବନେଶ୍ୱର : ମାଟ୍ରିକରେ ଆଜି ଶେଷ ହୋଇଛି ଇଂରାଜୀ ପେପରରେ ପରୀକ୍ଷା । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା, ଯାହା ୧୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା । କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ଇଂରାଜୀ ପରୀକ୍ଷାରେ କପି କରି ଧରାପଡିଲେ ୮ ପରୀକ୍ଷାର୍ଥୀ । ପରୀକ୍ଷା ଶେଷ ହେବା ପରେ ଏନେଇ ସୂଚନା ଦେଇଛନ୍ତି ବୋର୍ଡ ଉପସଭାପତି । ଧରାପଡିଥିବା ପରୀକ୍ଷାର୍ଥୀଙ୍କ ସହ ଅନ୍ୟ କେହି ସାମିଲ ନଥିବା କହିଛନ୍ତି ଉପସଭାପତି । ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ଏଆଇ ଦ୍ୱାରା କେତେକ ପରୀକ୍ଷା କେନ୍ଦ୍ରରୁ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଥିବା ବେଳେ ତ୍ରୁଟି ସୁଧାରିବାକୁ ସଜାଗ ହୋଇଛି ବୋର୍ଡ ।










