25.1 C
Bhubaneswar
Monday, December 8, 2025
Homeଓଡିଶାକଟକ ବିଶୃଙ୍ଖଳା ଘଟଣାରେ ୮ ଗିରଫ: ସିପି

କଟକ ବିଶୃଙ୍ଖଳା ଘଟଣାରେ ୮ ଗିରଫ: ସିପି

କଟକ: କଟକ ସହରରେ ଅଶାନ୍ତି ସୃଷ୍ଟି ଘଟଣାରେ ୮ ଜଣ ଗିରଫ  ହୋଇଛନ୍ତି । ଏନେଇ ସୂଚନା ଦେଲେ  ପୋଲିସ କମିଶନର ଏସଦେବଦତ୍ତତ୍ତ ସିଂ । କହିଛନ୍ତି, ଅଶାନ୍ତି ସୃଷ୍ଟି, ଭଙ୍ଗାରୁଜା, ପୋଲିସକୁ  ଆକ୍ରମଣ ଘଟଣାରେ ଗିରଫ  କରାଯାଇଛି । ୩ଟି ମାମଲାରେ ୮ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି ।   ବିନା ଅନୁମତିରେ ଶୋଭାଯାତ୍ରା କାଢିବା,  ବେଆଇନ ଭାବେ  ସହର ପରିକ୍ରମା କରି ଏକାଠି ହେବା , ପୋଲିସ ଉପରେ ଆକ୍ରମଣ ଭଳି ମାମଲା ହୋଇଛି । ଆଗକୁ କାର୍ଯ୍ୟାନୁଷ୍ଠାନ ଜୋରଦାର ହେବ କହିଛନ୍ତି କମିଶନରେଟ ପୋଲିସ ।

ରବିବାର ବନ୍ଦ ସପକ୍ଷରେ ଶୋଭାଯାତ୍ରା ବାହାରିଥିବା ବେଳେ ପୁଣିଥରେ ସୃଷ୍ଟି ହୋଇଥିଲା ତୀବ୍ର ଉତ୍ତେଜନା । ଯାହାକୁ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ୩୬ ଘଣ୍ଟା ପାଇଁ କଟକଣା ଜାରି କରାଯାଇଛି । କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରିଛି କମିସନରେଟ ପୁଲିସ୍ । ଅପ୍ରିତୀକର ତଥା ହିଂସାତ୍ମକ ପରିସ୍ଥିତି ଏଡ଼ାଇବାକୁ ସଜାଗ ହୋଇରହିଛି କମିସନରେଟ ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking