19.1 C
Bhubaneswar
Friday, December 5, 2025
Homeଦେଶ ବିଦେଶ୮.୨% ଜିଡିପି ଅଭିବୃଦ୍ଧି "ଅତ୍ୟନ୍ତ ଉତ୍ସାହଜନକ’: ପ୍ରଧାନମନ୍ତ୍ରୀ

୮.୨% ଜିଡିପି ଅଭିବୃଦ୍ଧି “ଅତ୍ୟନ୍ତ ଉତ୍ସାହଜନକ’: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୦୨୫-୨୬ ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ଜିଡିପି ୮.୨% ହାରରେ ଅଭିବୃଦ୍ଧି ହାସଲ କରିଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଶୁକ୍ରବାର ଜାରି ବିବୃତ୍ତିରେ ଏସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଆମେରିକା ପକ୍ଷରୁ ବର୍ଦ୍ଧିତ ଶୁଳ୍କଜନିତ ଚାପ ଏବଂ ଘରୋଇ ନିବେଶ କ୍ଷେତ୍ରରେ ମନ୍ଥରତା ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର ବୃଦ୍ଧି ପାଇବା ନିଶ୍ଚିତ ଭାବେ ଏକ ସୁଖଦ ଖବର। କେବଳ ସେତିକି ନୁହେଁ ୮.୨%ର ଅଭିବୃଦ୍ଧି ଗତ ୬ ତ୍ରୈମାସରେ ରେକର୍ଡ ହୋଇଥିବା ଜିଡିପି ହାର ତୁଳନାରେ ମଧ୍ୟ ସର୍ବାଧିକ। ତେବେ ମୁଡିଜ୍ ପକ୍ଷରୁ କିନ୍ତୁ ଭାରତର ଜିଡିପି ଏହି ସମୟ ସୁଦ୍ଧା ୭% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ସୂଚନାଯୋଗ୍ୟ ପୂର୍ବ ବର୍ଷ (୨୦୨୪-୨୫)ର ଏହି ସମାନ ସମୟ ଅର୍ଥାତ୍ ୨ୟ ତ୍ରୈମାସରେ ଆର୍ôଥକ ଅଭିବୃଦ୍ଧି ହାର ୫.୬% ଥିଲା ଏବଂ ଏପ୍ରିଲ-ଜୁନ୍‌ରେ ଏହା ୭.୮% ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦ୍ୟତମ ଅର୍ଥନୈତିକ ତଥ୍ୟକୁ ସ୍ୱାଗତ କରି ୨୦୨୫-୨୬ ର ଦ୍ୱିତୀୟ ତ୍ରୈମାସିକରେ ୮.୨% ଜିଡିପି ଅଭିବୃଦ୍ଧିକୁ “ଅତ୍ୟନ୍ତ ଉତ୍ସାହଜନକ’ ବୋଲି କହିଛନ୍ତି। ଶୁକ୍ରବାର ପ୍ରକାଶିତ ସର୍ବଶେଷ ସରକାରୀ ତଥ୍ୟ ଅନୁଯାୟୀ, ଉତ୍ପାଦନ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ମଧ୍ୟରେ ଭାରତର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୮.୨% ରହିବା ଗତ ୬ଟି ତ୍ରୈମାସରେ ସର୍ବାଧିକ ଭାବେ ବୃଦ୍ଧି ବୋଲି ବିବେଚନା କରାଯାଉଛି। ସିଧାସଳଖ କହିଲେ ଏହା ଆଶାଠାରୁ ବହୁତ ଅଧିକ, କାରଣ ବିଶ୍ଳେଷକମାନେ ଏହି ସମୟ ସୁଦ୍ଧା ୭% ରୁ ୭.୫% ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ରହିବା ନେଇ ଆକଳନ କରିଥିଲେ। “୨୦୨୫-୨୬ ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ପ୍ରକୃତ ଜିଡିପି କିମ୍ବା ସ୍ଥିର ମୂଲ୍ୟରେ ଜିଡିପି ୪୮.୬୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ୨୦୨୪-୨୫ ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୪୪.୯୪ ଲକ୍ଷ କୋଟି ଟଙ୍କା ହିଁ ରହିଥିଲା।

ଭାରତୀୟ ଅର୍ଥନୀତି ସେପ୍େଟମ୍ବର ୨୦୨୪ ତ୍ରୈମାସିକ (ୠଣ୨୫ ର ଦ୍ୱିତୀୟ ତ୍ରୈମାସିକ) ରେ ୫.୬% ହାରରେ ଅଭିବୃଦ୍ଧି ପାଇଥିଲା, ଯାହା ସାତ ତ୍ରୈମାସିକ ସର୍ବନିମ୍ନ ଥିଲା, ଏବଂ ପୂର୍ବ ତ୍ରୈମାସିକ (ୠଣ୨୬ ର ପ୍ରଥମ ତ୍ରୈମାସିକ) ରେ ଏହା ୭.୮% କୁ ପୁନର୍ବାର ବୃଦ୍ଧି ପାଇଛି। ଅର୍ଥନୀତିର ସ୍ୱାସ୍ଥ୍ୟ ଟ୍ରାକ୍ କରିବା ପାଇଁ ଜିଡିପି ବ୍ୟବହାର କରାଯାଏ। ଏହା ଏକ ସମୟ ମଧ୍ୟରେ ଏକ ଦେଶ ମଧ୍ୟରେ ସମସ୍ତ ସାମଗ୍ରୀ ଏବଂ ସେବାର ମୂଲ୍ୟ ଦର୍ଶାଇଥାଏ। ଅତଏବ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଗ୍ରାମାଞ୍ଚଳ ଚାହିଦା, ସରକାରୀ ଖର୍ଚ୍ଚ ଏବଂ ବର୍ଦ୍ଧିତ ଉତ୍ପାଦନ ଅଭିବୃଦ୍ଧି ଅର୍ଥନୀତିକୁ ବୃଦ୍ଧି କରିଛି। ପ୍ରକାଶ, ୨୦୧୩-୧୪ରେ ଭାରତ ଜିଡିପି ଆଧାରରେ ୧୧ତମ ସ୍ଥାନରେ ଥିଲା କିନ୍ତୁ ବର୍ତ୍ତମାନ ଭାରତ ବିଶ୍ୱର ଚତୁର୍ଥ ବୃହତ୍ ଅର୍ଥନୀତି ସାଜିଛି। ଗତ ଦଶନ୍ଧିରେ ଭାରତ ଆର୍ôଥକ ଆକାର ଦୃଷ୍ଟିରୁ ଅନେକ ଦେଶକୁ ପଛରେ ପକାଇଛି। ଅନ୍ୟପକ୍ଷେ ଭାରତକୁ ଏହି ସ୍ଥିତାବସ୍ଥା ବଜାୟ ରଖିବାକୁ ହେଲେ ବର୍ତ୍ତମାନ ପ୍ରତି ମୁଣ୍ଡପିଛା ଆୟ ଦୃଷ୍ଟିରୁ ପ୍ରଗତି ଜାରି ରଖିବାକୁ ପଡିବ। ବିଶ୍ଳେଷକଙ୍କ ମତରେ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ସ୍ୱପ୍ନ ବା ଦୃଷ୍ଟିକୋଣକୁ ସାକାର କରିବା ପାଇଁ, ଭାରତକୁ ପ୍ରାୟ ଏକ କିମ୍ବା ଦୁଇ ଦଶନ୍ଧି ପାଇଁ ସ୍ଥିର ମୂଲ୍ୟରେ ହାରାହାରି ପ୍ରାୟ ୮% ଅଭିବୃଦ୍ଧି ହାର ହାସଲ କରିବାକୁ ପଡିବ ବୋଲି ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ଉପସ୍ଥାପିତ ୨୦୨୪-୨୫ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking