ଯାଜପୁର: ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ସୁକିନ୍ଦାରୋଡ ରେଳଷ୍ଟେସନ ସ୍ଥିତ ମାନଗୋବିନ୍ଦପୁର ଠାରେ ଥିବା ଶ୍ରମିକ କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମିକ ସଂଘ ସଭାପତି ବିଦ୍ୟାଧର ମହାନ୍ତି ୭୭ ତମ ସାଧାରଣତନ୍ତ୍ର ଦିବସ ରେ ଜାତୀୟପତକା ଉତ୍ତଳନ କରି କହିଲେ ଆମ ରାଷ୍ଟ୍ର ଭାରତବର୍ଷ ର ସାଧାରଣତନ୍ତ୍ର ୭୭ ବର୍ଷ ର ପହଂଚିଛି କିନ୍ତୁ ସାଧାରଣ ଲୋକ ଏଥିରୁ ବଂଚିତ। ଏହି ଗଣତନ୍ତ୍ର କୁ ଆମେ ଆତ୍ମ ବୋଲି ସ୍ୱୀକାର କରୁଛି ଯାହା ବିଶ୍ୱଦରବାର ଏହାକୁ ସ୍ୱାଗତ କରୁଥିବା ବେଳେ ସରକାର ଏହି ସମ୍ବିଧାନ କୁ ସଂଶୋଧନ ନାମରେ ପଛୁଆ ବର୍ଗ, ଶୋଷିତ ଶ୍ରେଣୀ, ଶ୍ରମିକ, କୃଷକ ଓ ବେକାର ଯୁବକ ଯୁବତୀ ଏହି ଅଧିକାର ହରାଇବାକୁ ବସିଲେଣି ଏଥିପାଇଁ ଦେଶରେ ଦୃତୀୟସ୍ୱାଧୀନତା ସଂଗ୍ରାମ ଜରୁରୀ ବୋଲି ସମବିତ ଶ୍ରମିକ,କର୍ମଚାରୀ ଓ ଛାତ୍ର, ଛାତ୍ରୀ ମାନଙ୍କୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ। ଏହି ସଭାରେ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପୃଷ୍ଟି, ଶ୍ରୀମତୀ ସୁନ୍ଦରୀ ବିରୁହା, ଶିକ୍ଷକ ଗୋବର୍ଦ୍ଧନ ସାହୁ, ସନ୍ତୋଷ କୁମାର ପୃଷ୍ଟି ଓ ଶ୍ରମିକ ନେତା ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର ପ୍ରମୁଖ ଅଭିଭାଷଣ ରଖିଥିଲେ।










