ଭୁବନେଶ୍ୱର: ଓୟୁଏଟି କାର୍ଯ୍ୟକ୍ରମରେ ଶିଳ୍ପ ସଚିବ ହେମନ୍ତ ଶର୍ମା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ଆଗରୁ ଗୋଟିଏ ଶିଳ୍ପ ଗ୍ରାଉଣ୍ଡିଂ ପାଇଁ ୩୦୦ରୁ ୪୦୦ ଦିନ ଲାଗୁଥିଲା । ଏବେ ମାତ୍ର ୧୬୫ ଦିନରେ ଗ୍ରାଉଣ୍ଡିଂ ହେଉଛି । ଜୁନ ୨୦୨୪ରୁ ସେପ୍ଟେମ୍ବର ୨୦୨୫ ଭିତରେ ୭୭୮୯୪ ନିଯୁକ୍ତି ସୃଷ୍ଟି ହୋଇଛି । ସେଥିରୁ ୫୬୮୫୯ ଓଡିଶାର ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି । ୧୬ ମାସରେ ୨୬୯ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।










