ଯାଜପୁର :କଳିଙ୍ଗନଗର, ଜାନୁଆରୀ ୨୭, ୨୦୨୫: ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗର ସାଧାରଣ କାର୍ଯ୍ୟାଳୟ ପରିସରରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ କଳିଙ୍ଗନଗରର ମେକାନିକାଲ ରକ୍ଷଣାବେକ୍ଷଣ ମୁଖ୍ୟ ଶଙ୍କର ବିଶ୍ୱାସ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, ସଂଘର ଅଧିକାରୀ, କର୍ମଚାରୀ, କମ୍ୟୁନିଟି ସଦସ୍ୟ ଏବଂ ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ଉତ୍ସବର ମୁଖ୍ୟ ଅତିଥି ଶ୍ରୀ ବିଶ୍ୱାସ ଏହି ଅବସରରେ କହିଛନ୍ତି ଯେ, ଆମେ ଏହି ଐତିହାସିକ ଅବସରକୁ ପାଳନ କରୁଥିବା ବେଳେ ଆମ ଦେଶ ଯେଉଁ ନୀତି ଓ ମୂଲ୍ୟବୋଧ ପାଇଁ ନିଜର ସ୍ଥିତିକୁ ବଜାୟ ରଖିଛି ତାହା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସ୍ୱାଧୀନତା, ସମାନତା ଏବଂ ବିବିଧତା ମଧ୍ୟରେ ଏକତାର ଆଦର୍ଶକୁ ବଜାୟ ରଖିଥିବା ଏକ ଦେଶର ଅଂଶ ହୋଇଥିବାରୁ ଆମ୍ଭେମାନେ ନିଜକୁ ଭାଗ୍ୟବାନ ମନେ କରୁଛେ । ଆମର ବିବିଧତା ହେଉଛି ଆମର ଶକ୍ତି, ଏବଂ ଏହା ହିଁ ଆମ ଦେଶକୁ ଅନନ୍ୟ ଏବଂ ଜୀବନ୍ତ କରିରଖିଛି । ଏହି ସାଧାରଣତନ୍ତ୍ର ଦିବସରେ ଆସନ୍ତୁ ଆମେ ଦେଶ ନିର୍ମାଣରେ ଯୋଗଦାନ କରିବା ଏବଂ ଭାରତକୁ ବିଶ୍ୱର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା । ଏହି ଉତ୍ସବରେ ଉତ୍ସର୍ଗୀକୃତ ଓ ଅନୁକରଣୀୟ ସେବା ପ୍ରଦର୍ଶନ କରୁଥିବା ସୁରକ୍ଷା ଓ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।