19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଦିଲ୍ଲୀ ବାୟୁ ପ୍ରଦୂଷଣରେ ୭୫ ପ୍ରତିଶତ  ପରିବାର ଆକ୍ରାନ୍ତ

ଦିଲ୍ଲୀ ବାୟୁ ପ୍ରଦୂଷଣରେ ୭୫ ପ୍ରତିଶତ  ପରିବାର ଆକ୍ରାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ  ରେକର୍ଡ ସ୍ତରରେ ପହଞ୍ଚିଥିଲା ସେତେବେଳେ ଏକ ସର୍ଭେ ଆରମ୍ଭ ହୋଇଥିଲା ।ଲୋକମାନେ କିପରି ବିଷାକ୍ତ ବାୟୁ ସହିତ ମୁକାବିଲା କରୁଛନ୍ତି ତାହା ସର୍ଭେରୁ ଜଣାପଡିଛି । ପ୍ରଦୂଷଣ ହେତୁ ବର୍ତ୍ତମାନ ଦିଲ୍ଲୀ-ଏନସିଆରର ଅବସ୍ଥା ଖରାପ ହେବାରେ ଲାଗିଛି । ଲୋକମାନେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଦୂଷଣକୁ ଏଡାଇବା ପାଇଁ ସେମାନେ କୌଣସି ବ୍ୟବସ୍ଥା କରିନାହାଁନ୍ତି । ଅନ୍ୟମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସେମାନେ ଫଳ, ପନିପରିବା ଖାଇବା ସହ ପାଣି ପିଉଛନ୍ତି । ଏହି ସର୍ବେକ୍ଷଣରେ ୬୯ ପ୍ରତିଶତ ଲୋକଙ୍କ ପରିବାର ସଦସ୍ୟ ପ୍ରଦୂଷଣ ହେତୁ କିଛି ରୋଗରେ ପୀଡିତ ଥିବା ଜଣାପଡିଥିଲା ।  ଏହା ଥିଲା ନଭେମ୍ବର ୧ର କଥା  । ନଭେମ୍ବର ୧୯ରେ ହୋଇଥିବା ସର୍ଭେ ସମୟରେ ତାହା ୭୫ପ୍ରତିଶତରେ ପହଞ୍ଚିଛି । ଏୟାର ପ୍ୟୁରିଫାୟର୍ ବିଷୟରେ କହିବାକୁ ଗଲେ, ଅକ୍ଟୋବର ୧୯ ପର‌୍ୟ୍ୟନ୍ତ, ଦିଲ୍ଲୀ ଏନସିଆରର ୧୮ ପ୍ରତିଶତ ଲୋକ ଏହାକୁ ବ୍ୟବହାର କରୁଥିଲେ । ଏକ ମାସ ପରେ, ନଭେମ୍ବର ୧୯ ରେ ଏହି ସଂଖ୍ୟା ୨୯ ପ୍ରତିଶତକୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking