24.1 C
Bhubaneswar
Tuesday, February 10, 2026
Homeଓଡିଶା୭୩ତମ ରାଜ୍ୟସ୍ତରୀୟ ପୋଲିସ ଆଥଲେଟିକ ଚାମ୍ପିୟନସିପ ଉଦଯାପିତ

୭୩ତମ ରାଜ୍ୟସ୍ତରୀୟ ପୋଲିସ ଆଥଲେଟିକ ଚାମ୍ପିୟନସିପ ଉଦଯାପିତ

କଟକ : ଆଜି ଅପରାହ୍ନରେ କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ୭୩ତମ ରାଜ୍ୟସ୍ତରୀୟ ପୋଲିସ ଆଥଲେଟିକ ଚାମ୍ପିୟନସିପ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ସମାରୋହରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ମନୋଜ୍ଞ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ଶ୍ରେଷ୍ଠ କ୍ରୀଡାବିତ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଖୁରାନିଆ ତାଙ୍କ ବକ୍ତବ୍ୟରେ ଖେଳାଳୀ ମାନଙ୍କୁ ଆଗାମୀ ଦିନରେ ଉତ୍କର୍ଷତା ପ୍ରଦର୍ଶନ କରିବା ସହ ଓଡିଶା ପୋଲିସର ସୁନାମ ବଢାଇବାକୁ ପରାମର୍ଶ ଦେଇଥିଲେ। ବକ୍ସିବଜାରପୋଲିସଖେଳପଡିଆକୁSynthetic turf Ground ରେପରିବର୍ତନକରାଯାଇପ୍ରଥମଥରପାଇଁAthletic Championship ଆୟୋଜିତ ହୋଇଥିବାରୁସମସ୍ତଆୟୋଜକମାନଙ୍କୁଅଭିନନ୍ଦନଜଣାଇଥିଲେ ।ଏହି ଚାମ୍ପିୟାନସିପରେ ବିଭିନ୍ନ Police Districts, Battalions ଏବଂ Units ର 41 ଟି ପୋଲିସ ଟିମ ଅଂଶଗ୍ରହଣ କରିଥିବାବେଳେ 132 ଜଣ ମହିଳା ଖେଳାଳୀଙ୍କ ସମେତ ସମୁଦାୟ 797 ଜଣ ଖେଳାଳୀ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରେ ଡିଜିପି ଓଡିଶା ପୋଲିସ ପାଇଁ ଗୌରବ ଆଣିଥିବା କ୍ରୀଡାବିତଙ୍କୁ ପୁରସ୍କୃତ କରିଥିଲେ। ପୁରୁଷ ବିଭାଗର ଶ୍ରେଷ୍ଠ ଆଥଲେଟ ଭାବେ ବ୍ରହ୍ମପୁରର କନଷ୍ଟେବଳ ଅଭିଷେକ ଦଳବେହେରା, ମହିଳା ବିଭାଗର ଶ୍ରେଷ୍ଠ ଆଥଲେଟ ଭାବେ ସୁନ୍ଦରଗଡ ଜିଲ୍ଲାର କନଷ୍ଟେବଳ ସୁସ୍ମିତା ଟିଗା,ଉଦୀୟମାନ ଆଥଲେଟ ଭାବେ ସୁନ୍ଦରଗଡ ଜିଲ୍ଲାର କନଷ୍ଟେବଳ ସବିତା ଟପ୍ପୋ, ଶ୍ରେଷ୍ଠ ଜିଲ୍ଲା ଟିମ ଭାବେ କେନ୍ଦୁଝର,ଶ୍ରେଷ୍ଠ ଡେକାଥଲନ ଆଥଲେଟ ଭାବେ କେନ୍ଦୁଝର ଜିଲ୍ଲାର କନଷ୍ଟେବଳ ଦେବପ୍ରସାଦ ଖିଲାର, ୧୦,୦୦୦ ମିଟର ଦୌଡରେ ମାଲକାନଗିରୀର ଚତୁର୍ଥ ଏସଏସବିଏନ ର ସିପାହୀ ସୂର୍ଯ୍ୟକାନ୍ତ ରାୟ, ୫୦୦୦ ମିଟର ଦୌଡରେ ପୁରୀ ଜିଲ୍ଲାର କୁନା ମାରାଣ୍ଡି, ୩୦୦୦ ମିଟର ଷ୍ଟେପଲ ଚେଜରେ ଖୋର୍ଦ୍ଧାର କନେଷ୍ଟବଳ ବୁନିପ୍ ପ୍ରଧାନଙ୍କୁ ଡିଜିପି ପୁରସ୍କୃତ କରିଥିଲେ। ସମସ୍ତ କ୍ରୀଡା କ୍ଷେତ୍ରରେ ଉତ୍କୃଷ୍ଠ ପ୍ରଦର୍ଶନ କରିଥିବାରୁ ମାଲକାନଗିରି ଜିଲ୍ଲାକୁ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା। ମହିଳା ବିଭାଗରେ ଦଳଗତ ଚମ୍ପିୟାନ ଟ୍ରଫି କେନ୍ଦୁଝର ଜିଲ୍ଲା ହାସଲ କରିଥିବା ବେଳେ ସୁନ୍ଦରଗଡ ଜିଲ୍ଲା ରନର୍ସଅପ ହୋଇଥିଲା। ସେହିପରି ପୁରୁଷ ବିଭାଗରେ ଷଷ୍ଠ ବାଟାଲିୟନ, କଟକ କୁ ଟିମ ଚାମ୍ପିୟାନ ଭାବେ ଡିଜିପି ଟ୍ରଫି ପ୍ରଦାନ କରିଥିଲେ।

ଏହାସହ ଅଫିସରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧୦୦ ମିଟର ଦୌଡରେ କଟକ ଡିସିପି ଶ୍ରୀ ଜଗମୋହନ ମୀନା ପ୍ରଥମ, ଏଆଇଜି (ମୁଖ୍ୟାଳୟ) ଶ୍ରୀ ବି. ଗଙ୍ଗାଧର ଦ୍ଵିତୀୟ ଏବଂ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଦୟାଲ ଗଙ୍ଗୱାର ତୃତୀୟ ସ୍ଥାନ ଅଧିକାର କରିଥିଲେ। କଟକ ଡିସିପି ଶ୍ରୀ ଜଗମୋହନ ମୀନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଷଷ୍ଠ ବାଟାଲିୟନର କମାଣ୍ଡଣ୍ଟ ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଧନ୍ୟବାଦ ପ୍ରଦାନ କରିଥିଲେ। ପରିଚାଳନା କମିଟିର ଉପାଧ୍ଯକ୍ଷ ଶ୍ରୀ ଦୟାଲ ଗଙ୍ଗୱାର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ବରିଷ୍ଠ ପୋଲିସ ଅଧିକାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟଯେ,ମହିଳା ବର୍ଗରେ ସୁନ୍ଦରଗଡ଼ ଜିଲ୍ଲାର ସୁସ୍ମିତାଟିଗା୫୦୦୦ମିଟରଦୌଡ଼ରେ(18:14.1 ସେକେଣ୍ଡ),କୋରାପୁଟ ଜିଲ୍ଲାର ବାସନ୍ତୀମଣ୍ଡିଆ୫୦୦୦ମିଟରଦୌଡ଼ରେ (18:53.0 ସେକେଣ୍ଡ),ଅନୁଗୁଳ ଜିଲ୍ଲାର ତେଜସ୍ୱିନୀକିସ୍ପଟ୍ଟା୫୦୦୦ମିଟରଦୌଡ଼ରେ (18:58.8 ସେକେଣ୍ଡ),କୋରାପୁଟ ଜିଲ୍ଲାର ସଞ୍ଜୁକ୍ତାମିଞ୍ଜଜାଭେଲିନ୍ଥ୍ରୋରେ (38.46 ମିଟର),ସୁନ୍ଦରଗଡ଼ ଜିଲ୍ଲାର ସବିତା ଟୋପୋ100 ମିଟରହରଡଲସରେ (୧୪.୫ସେକେଣ୍ଡ) ନୂତନ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସେହିପରି ପୁରୁଷ ବିଭାଗରେ ଅଷ୍ଟମଏସ୍ଆଇଆରବାଟାଲିୟନର ଅଶୋକଦଣ୍ଡସେନ 1500 ମିଟରରେ (3:53.9 ସେକେଣ୍ଡ), ପୁରୀ ଜିଲ୍ଲାର କୁନାମାରାଣ୍ଡି1500 ମିଟରରେ (3:59•8 ସେକେଣ୍ଡ),ତୃତୀୟଏସ୍ଆଇଆରବାଟାଲିୟନ, କୋରାପୁଟର ଯୁଗେଶକୁମାରଦାସ, ହାମରଥ୍ରୋରେ (47.57 ମିଟର) ନୂତନ ରେକର୍ଡ ସ୍ଥାପନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking