17.1 C
Bhubaneswar
Friday, February 6, 2026
Homeଓଡିଶା୭୩ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିଆନସିପ୍ : ସେମି ଫାଇନାଲରେ ପଞ୍ଜାବ

୭୩ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିଆନସିପ୍ : ସେମି ଫାଇନାଲରେ ପଞ୍ଜାବ

ଓଡ଼ିଶା ପୁଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିଆନସିପ୍ – ୨୦୨୫ ରବିବାର ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ପଞ୍ଜାବ ଓ କର୍ଣ୍ଣାଟକ( ପୁରୁଷ)ପୋଲିସ ମଧ୍ୟରେ ହୋଇଥିଲା। ଏହି ମ୍ୟାଚରେ ପଞ୍ଜାବ, କର୍ଣ୍ଣାଟକ ପୋଲିସ ଦଳକୁ ୬-୦ ଗୋଲ ବ୍ୟବଧାନରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି। ସେହିପରି ଦ୍ଵିତୀୟ କ୍ଵାଟର ଫାଇନାଲ ମ୍ୟାଚ ବିଏସଏଫ ଓ ଉତ୍ତର ପ୍ରଦେଶ ( ପୁରୁଷ) ପୋଲିସ ଦଳ ମଧ୍ୟରେ ଖେଳା ଯାଇଥିଲା। ଏହି ପ୍ରତିଦ୍ବନ୍ଦୀତାମୂଳକ ମ୍ୟାଚରେ ବିଏସଏଫ, ଉତ୍ତର ପ୍ରଦେଶ ପୋଲିସ ଦଳକୁ ୪-୩ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି।

ସେହିପରି ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ ସିଆରପିଏଫ ଓ ମଣିପୁର ( ପୁରୁଷ)ପୋଲିସ ଦଳ ମଧ୍ୟରେ ଖେଳା ଯାଇଥିଲା। ଏହି ମ୍ୟାଚରେ ସିଆରପିଏଫ, ମଣିପୁର ପୋଲିସ ଦଳକୁ ୫-୧ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି। ସେହିପରି ଚତୁର୍ଥ କ୍ଵାଟର ଫାଇନାଲ ମ୍ୟାଚ ସିଆଇଏସଏଫ ଓ ଆଇଟିବିପି ( ପୁରୁଷ) ଦଳ ମଧ୍ୟରେ ଖେଳା ଯାଇଥିଲା। ଏହି ପ୍ରତିଦ୍ବନ୍ଦୀତାମୂଳକ ମ୍ୟାଚରେ ଆଇଟିବିପି , ସିଆଇଏସଏଫ ପୋଲିସ ଦଳକୁ ୩-୨ ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି। ଆଜିର ବିଭିନ୍ନ ମ୍ୟାଚ ସମୟରେ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚଆରପିସି) ଶ୍ରୀ ୟତୀନ୍ଦ୍ର କୋୟଲ, ଆଇଜିପି (ଗୁଇନ୍ଦା) ଶ୍ରୀ ଜୟ ନାରାୟଣ ପଙ୍କଜ, ଆଇଜିପି (କ୍ରାଇମବ୍ରାଞ୍ଚ) ଡା. ସାର୍ଥକ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking