ଭୁବନେଶ୍ୱର : ଗତ ୫ ବର୍ଷରେ ୭୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ବିଭିନ୍ନ କାରଣ ପାଇଁ ଏମାନେ ଆହତ୍ମହତ୍ୟା କରିଥିବା ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି । ୫ ବର୍ଷରେ ସ୍କୁଲ ଓ କଲେଜରେ ୭୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସରକାରୀ, ବେସରକାରୀ ସ୍କୁଲ ଓ କଲେଜରେ ୭୨ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।
୨୦୨୦ ମସିହାରୁ କେତେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତଥା ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ଏହାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୫ ବର୍ଷରେ ସରକାରୀ ଓ ବେସରକରୀ ସ୍କୁଲ ଓ କଲେଜର ମୋଟ ୭୨ ଜଣ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛର ପ୍ରମୁଖ କାରଣ ଗୁଡିକ ହେଉଛି ମାନସିକ ଚାପ, ମାନସିକ ଅସନ୍ତୁଳନ, ସ୍କୁଲ କଲେଜରେ ମୋବାଇଲ ବ୍ୟବହାର ଉପରେ କଟକଣା, ପାଠପଢ଼ା ଚାପ, ସାଙ୍ଗ ସାଥୀଙ୍କ ସହ ଭୁଲ ବୁଝାମଣା । ସେହିପରି ଘରୋଇ କଳହ, ପ୍ରେମ ସଂପର୍କକୁ ନେଇ ସମସ୍ୟା, ପରୀକ୍ଷା ଓ ପ୍ରେମ ବ୍ୟାପାରକୁ ନେଇ ମାନସିକ ଅବସାଦ, ଘରକୁ ଯିବା ପାଇଁ ପିଲାଙ୍କ ଝୁଙ୍କ୍ ଓ ଅଭିଭାବକଙ୍କ ବାରଣ, ଏହାଛଡ଼ା ମାନସ୍ତାତ୍ତ୍ୱିକ ସମସ୍ୟା ମଧ୍ୟ କିଛି ପିଲାଙ୍କ ଜୀବନ ନେଇଛି । ଏସବୁ ସମସ୍ୟାକୁ ଚିହ୍ନଟ କରି ଛାତ୍ରଛାତ୍ରୀଙ୍କୁ ସଠିକ୍ କାଉନସେଲିଂ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ପିଲାଙ୍କ ସମସ୍ୟାକୁ ବୁଝି ସମାଧାନ ଦିଗରେ ସହଯୋଗ କରିବା ସହ ମାନସିକ ସଚେତନତା କରିବା ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।