25.1 C
Bhubaneswar
Saturday, March 21, 2026
Homeଦେଶ ବିଦେଶ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଏଥର ଏହି ପୁରସ୍କାରଗୁଡ଼ିକ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ପାଇଁ ଦିଆଯାଇଛି। ଏଥର ଜାତୀୟ ପୁରସ୍କାରରେ ସର୍ବୋତ୍ତମ ହିନ୍ଦୀ ଚଳଚ୍ଚିତ୍ର ପାଇଁ ‘କଟହଲ’କୁ ପୁରସ୍କାର ଦିଆଯାଇଛି। ଏହି ଚଳଚ୍ଚିତ୍ରଟି ୧୯ ମଇ ୨୦୨୩ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା। ‘କଟହଲ’ରେ ସାନ୍ୟା ମାଲହୋତ୍ରା, ଅନନ୍ତ ଭି ଜୋଶୀ, ବିଜୟ ରାଜ, ରାଜପାଲ ଯାଦବ, ବ୍ରିଜେନ୍ଦ୍ର କାଲା ଏବଂ ନେହା ସରାଫଙ୍କ ଭଳି କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମ ‘ଜବାନ’ ପାଇଁ ଶାହରୁଖ ଖାନ ଏବଂ ଫିଲ୍ମ ‘ଟ୍ବେଲ୍‌‌ଥ ଫେଲ୍’ ପାଇଁ ବିକ୍ରାନ୍ତ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଫିଲ୍ମ ‘ମିସେସ୍ ଚାଟାର୍ଜୀ ଭର୍ସେସ୍ ନରୱେ’ ପାଇଁ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଦିଆଯାଇଛି।

‘କେରଳ ଫାଇଲ୍ସ’ ସିନେମା ଶ୍ରେଷ୍ଠ ସିନେମାଟୋଗ୍ରାଫି ପାଇଁ ପୁରସ୍କାର ଜିତିଛି। ଯଦି ଆମେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକଙ୍କ କଥା କହିବା, ତେବେ ବୈଭବୀ ମର୍ଚାଣ୍ଟଙ୍କୁ ‘ରକି ରାନୀ କି ପ୍ରେମ କାହାନି’ ଚଳଚ୍ଚିତ୍ରର “ଢ଼ିଣ୍ଡୋରା ବାଜେ”ରେ ଗୀତ ପାଇଁ ପୁରସ୍କାର ମିଳିଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ “ଆନିମଲ୍” ଚଳଚ୍ଚିତ୍ରକୁ ଏକ ସ୍ୱତନ୍ତ୍ର ଉଲ୍ଲେଖ ମିଳିଛି। ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର ‘ବାଗୱନ୍ତ କେଶରୀ’ ସମ୍ନାନୀତ ହୋଇଛି। ଶ୍ରେଷ୍ଠ ଅଣ ଫିଚର ଫିଲ୍ମ ପୁରସ୍କାର “ଦି ସାଇଲେଣ୍ଟ ଏପିଡେମିକ୍” କୁ ଦିଆଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର ସ୍କ୍ରିପ୍ଟ ପାଇଁ “ସନଫ୍ଲାୱାର୍ ୱେର୍ ଦି ଫାଷ୍ଟ ୱନ୍ସ ଟୁ ନୋ” ଚଳଚ୍ଚିତ୍ରକୁ ଚୟନ କରାଯାଇଛି। ଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍ ପୁରସ୍କାର ଉତ୍ପଲ୍ ଦତ୍ତଙ୍କୁ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking