16.1 C
Bhubaneswar
Thursday, February 5, 2026
Homeଓଡିଶା୭ ଦିନରେ ୭ ହଜାର ଖସିଲା ସୁନା ଦର

୭ ଦିନରେ ୭ ହଜାର ଖସିଲା ସୁନା ଦର

ଭୁବନେଶ୍ୱର: ଖସିଲା ସୁନା, ରୂପା ଦର । ଯେଉଁ ସୁନା କିଛି ଦିନ ତଳେ ଦେଢ ଲକ୍ଷ ଥିଲା  , ଯେଉଁ ରୂପା ୨ ଲକ୍ଷ ପାର କରିଥିଲା , ଏବେ ତାହା ତଳ ମୁହାଁ । ଏମିତିକି ୧୨ ବର୍ଷର ରେକର୍ଡ ଭାଙ୍ଗିଛି ସୁନା ରୂପା ଦର । ଦୀପାବଳି ପୂର୍ବରୁ ଅର୍ଥାତ ଅକ୍ଟୋବର ୧୭ ବେଳକୁ  ୨୨ କ୍ୟାରେଟ ସୁନା  ୧୦ ଗ୍ରାମ ପ୍ରତି  ୧ ଲକ୍ଷ ୨୧ ହଜାର ୭୦୦ ଟଙ୍କା ଥିଲା ।  ତାହା ଏବେ ୧ ଲକ୍ଷ  ୧୪ ହଜାର ୬୫୦ ଟଙ୍କାରେ ପହଞ୍ଚିଛି । ସୁନା ୭ ଦିନରେ ୭ ହଜାର ଟଙ୍କା ଖସିଛି ।  ଏମିତିକି ଗତକାଲି ଗୋଟିଏ ଦିନରେ ସୁନା ୪ ହଜାର ୩୦୦ ଟଙ୍କା ଖସିଛି ।  ଯାହା ୧୨ ବର୍ଷର ସବୁ ରେକର୍ଡ  ଭାଙ୍ଗିଛି । ବିଶ୍ୱ ବଜାରରେ ବି ସୁନା ଦର ଖସିଛି । କାଲି ଗୋଟିଏ ଦିନରେ ବିଶ୍ୱ ବଜାରରେ ୬.୩ ପ୍ରତିଶତ ସୁନା ଖସିବା ସହିତ  ୨ ହଜାର ୩ ପରେ ସବୁଠୁ କମ ଦର ଥିଲା । ସେହିପରି ରୂପା ବି ଖସିଛି । ଗତକାଲି ଗୋଟିଏ ଦିନରେ  ୭ ହଜାର ଟଙ୍କା ଖସିଛି ରୂପା । ୧୭ ଅକ୍ଟୋବରରେ ଯେଉଁ ରୂପା  ୨ ଲକ୍ଷ ୩ ହଜାର ଟଙ୍କା ଥିଲା ତାହା ଆଜି ୧ ଲକ୍ଷ  ୭୫ ହଜାରକୁ ଖସିଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking